ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ଅନ୍ଧାରୀ ମୂଲକ ଗାଁ ; ମୌଳିକ ସୁବିଧା ଅପହଞ୍ଚ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା ପଞ୍ଚାୟତରେ ଏବେ ବି ଅପହଞ୍ଚ ମୌଳିକ ସୁବିଧା ସୁଯୋଗ।। ଅଲୋଡ଼ା ହୋଇଛି ସୀମାନ୍ତ ତିନି ଗାଁ ଶିକଟପଲ୍ଲୀ , ଯାଜପାଲାମ , ଚିନ୍ତାଲପାହାଡ଼। ଏହି ଗାଁରେ ସ୍ବାଧୀନତାର ୭୮ ବର୍ଷ ପରେ…

୫୭ତମ ଇଂଜିନିୟର ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନ ପରିସରରେ ଡିପ୍ଲୋମା ଇଂଜିନିୟର ସର୍ଭିସ ଆସୋସିଏସନ ତରଫରୁ ସଭାପତି ଇଂ. ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ୫୭ତମ ଇଂଜିନିୟର ଦିବସ ଅନୁଷ୍ଠିତ ହୋଇ ଯାଇଛିା ଏହି ଅବସରରେ ଭାରତ ରତ୍ନ ଇଂଜିନିୟର…

ଗଞ୍ଜେଇ ମାଫିଆ ଗିରଫ ; ବନ୍ଧୁକ ଜବତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଚୋରା ଗଞ୍ଜେଇ କାରବାରରେ ଲିପ୍ତ ଥିବା ଜଣେ ବ୍ୟକ୍ତି ଠାରୁ ଗୋଟିଏ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ବସଷ୍ଟେଣ୍ଡ ସାହିର ଟୁନୁ ଶଗଡିଆ ଦିର୍ଘ ଦିନ…

କନ୍ଧମାଳରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଉଦଯାପିତ।

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାନ୍ଧୀ ସ୍ମୁତି ଗୃହରେ ଦୁଇ ଦିନ ଧରି ରାଜ୍ୟ ସତ୍ୟ ସାଇ ସେବା ସଙ୍ଗଠନ ଦ୍ଵାରା ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ରବିବାର ଉଦଯାପିତ ହୋଇଯାଇଛି l ଏଥିରେ ରାଜ୍ୟର…

ରାଷ୍ଟ୍ରପତି ପୁରସ୍କାର ପାଇ ଫେରିଲେ ସଂଯୁକ୍ତା ; ପାଛୋଟି ନେଲେ ଡାକ୍ତର ସ୍ବାସ୍ଥ୍ୟକର୍ମୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ସେବିକା ସଂଯୁକ୍ତା ସେଠି ପାଇଲେ ଫ୍ଲୋରେନ୍ସ ନାଇଟାଙ୍ଗେଲ ପୁରସ୍କାର।ଗତ ୧୧ ତାରିଖରେ ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ତର ପୁରସ୍କାର ବିତରଣରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…

ଉଛୁଳା ନଇରେ ଜୀବନକୁ ବାଜି ଲଗାଇ କରୁଛନ୍ତି ରୋଗୀସେବା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ବିପରିତ ପରିସ୍ଥିତିରେ ରୋଗୀ ସେବାର ଉଦାହରଣ ହେଲେ ଡାକ୍ତର।ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର ଅନନ୍ତ କୁମାର ଡାର୍ଲି ଏବଂ ତାଙ୍କ ସହଯୋଗୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁଜିତ କୁମାର ପୂଜାରୀ। ଗତ କିଛି ଦିନ…

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ।

ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନା ରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି…

ବାଲିମେଳା ଜଳ ବିଦ୍ୟୁତ୍ ଠିକା ଶ୍ରମିକ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଥିବା ଜଳ ବିଦ୍ୟୁତ କେନ୍ଦ୍ର ର ଠିକା ଭିତ୍ତିକ ଶ୍ରମିକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଅଛି।ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଠିକା ଭିଭିକ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଓଡିଶା…

ସୁଭଦ୍ରା ଫର୍ମ ପୂରଣପାଇଁ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପ୍ରବଳ ଉତ୍ସାହ, ସୁଭଦ୍ରା ସଚେତନତା ରଥକୁ ଜଣାଇଲେ ସ୍ୱାଗତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ସୁଭଦ୍ରା ଫର୍ମ ପୂରଣ ପାଇଁ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ମଧ୍ୟ ରେ ପ୍ରବଳ ଉତ୍ସାହ ଦେଖାଦେଇଛି।ସୁଭଦ୍ରା ସଚେତନତା ରଥ କୁ ବଣ୍ଡା ଘାଟି ରେ ବଣ୍ଡା ମହିଳା ମାନେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା…

ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତଥା ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା, କାଲିମେଳା, ପଡିଆ ମିଶି ଏକ ସ୍ମାରକ ପତ୍ର ପ୍ରଦାନ ଅପିଲ କରିଛନ୍ତି। ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି। ଜଙ୍ଗଲ…

You cannot copy content of this page