ବାଲିମେଳା ଜଳ ବିଦ୍ୟୁତ୍ ଠିକା ଶ୍ରମିକ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଥିବା ଜଳ ବିଦ୍ୟୁତ କେନ୍ଦ୍ର ର ଠିକା ଭିତ୍ତିକ ଶ୍ରମିକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଅଛି।ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଠିକା ଭିଭିକ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଓଡିଶା ସରକାରଙ୍କ ଶ୍ରମିକଙ୍କ ସର୍ବ ନିମ୍ନ ଦୈନିକ ମଜୁରୀ ନିୟମ ଅନୁଯାୟୀ ବର୍ତ୍ତମାନର ବର୍କିତ ଶ୍ରମିକ ମଜୁରୀ ହାରରେ ମାସିକ ଦରମା ପ୍ରଦାନ କରାଯିବା ଏବଂ କର୍ମ ନିଯୁକ୍ତି ଠିକାଦାର ଉଚ୍ଛେଦ କରି ଆମ ସମସ୍ତଙ୍କୁ ମ୍ୟାନପାୱାର ଭାବରେ ନିଯୁକ୍ତି ପ୍ରଦାନ କରାଯିବା ନିମନ୍ତେ ଲିଖତ ଓ ମୌଖକ ଭାବେ ସେମାନେ ନିଜର ଗୁହାରୀ ଜଣାଇ ଛନ୍ତି । କିନ୍ତୁ, ବର୍ତ୍ତମାନ ସୁଦ୍ଧା ସେମାନେ ବର୍ଦ୍ଧିତ ହାରରେ ଦୈନୀକ ପାରିଶ୍ରମିକ ପାଇନାହାନ୍ତି କି ସେମାନଙ୍କୁ ମ୍ୟାନପୱାର ରୂପେ ଗ୍ରହଣ କରାଗଲା ନାହିଁ । ଏଣୁ ଆଜି ବାଧ୍ଯ ହୋଇ ପାଞ୍ଚ ଦଫା ଦାବୀ ନେଇ । ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ପାଣିଟାଙ୍କି ପାଖରେ କର୍ମ ନିଯୁକ୍ତି ଠିକାଦାର ପ୍ରଥା ଉଚ୍ଛେଦ କରିବା ସହିତ ମ୍ୟାନପାୱାର ଶ୍ରମିକ ଭାବେ ନିଯୁକ୍ତି କରା‌ଯିବା ସମ୍ବନ୍ଧରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସମସ୍ତ ଶ୍ରମିକଙ୍କୁ ଶ୍ରମ ନିୟମ ପ୍ରକାରେ ଅତି କୁଶଳୀ, କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣ କୁଶଳୀ ଭାବେ ଚିହ୍ନଟ କରାଯାଇ । ସରକାରଙ୍କ ସର୍ବ ନିମ୍ନ ଶ୍ରମିକ ମଜୁରୀ ନିୟମ ପ୍ରକାରେ ବନ୍ଧିତ ଦରମା ଯଥା ଶିଘ୍ର ପ୍ରଦାନ କରାଯିବା ସହ ପ୍ରତ୍ୟେକ ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ପ୍ରଦାନ କରାଯିବା ଲାଗି ତାରିଖ ଧାର୍ଯ୍ୟ କରାଯାଉ ।ଶ୍ରମିକ ଙ୍କ ରହିବା ଲାଗି ବାସପୋଯୋଗୀ ବାସଗୃହ ଏବଂ ସ୍ବାସ୍ଥ୍ୟ ସେବା ଲାଗି ପ୍ରକଳ୍ପର ଡାକ୍ତରଖାନା ଓ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯାଉ ।ସମସ୍ତ ଶ୍ରମିକ ମାନଙ୍କୁ ଇପିଏଫ ଓ ଇ ଏସ ଆଇ ର ସୁବିଧା ସୁଯୋଗ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଉ ।ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଗତ ମାର୍ଚ୍ଚ ମାସ ଠାରୁ ପିଛିଲା ଭାବେ ଓଡିଶା ସରକାରଙ୍କ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଜାରୀ କୁଶଳୀ, ଅର୍ଥ କୁଶଳୀ ଓ ଅଣ କୁଶଳୀ ଶ୍ରମିକ ମାନଙ୍କୁ ନିର୍ଦ୍ଧାରିତ ସଠିକ୍ ପ୍ରାପ୍ୟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଅଛି । ତଥାପି ସଂସ୍ଥା ତରଫରୁ ଏଯାବତ ନିର୍ଦେଶ କୁ ଅବମାନନା କରାଯାଇଅଛି । ସମସ୍ତ କର୍ମଚାରୀ ଆନ୍ଦୋଳନରେ କହିଥିଲେ ଯେ ଯଦି ସଂସ୍ଥା ଆମର ଦାବିକୁ ନମାନୁଛନ୍ତି ଆଗାମୀ ଦିନରେ ସମସ୍ତ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page