ଲେବର କାର୍ଡ ପାଇଁ ଲାଞ୍ଚ ଓ ମୃତ୍ୟୁକାଳୀନ ଟଙ୍କା ହଡ଼ପ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ପ୍ରଥମେ ଲେବର କାର୍ଡ କରାଇବା ପାଇଁ ଲାଞ୍ଚ ନେବା ସହ ପରେ ମୃତ୍ୟୁକାଳୀନ ସହାୟତା ଟଙ୍କା ହଡ଼ପ ନେଇ ଜଣେ ଅଙ୍ଗନବାଡି କର୍ମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିବା ସହ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ। ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଝରାପାଲି ପଞ୍ଚାୟତର କାନାଗୁଡା ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀତି ଢାଲିଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ଜଣେ ଆଦିବାସୀ ମହିଳା ରତ୍ନା ପଡିଆମୀଙ୍କ ସ୍ଵାମୀ ଗଙ୍ଗା ପଡିଆମୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କଠାରୁ ଲେବର କାର୍ଡରେ ତାଙ୍କ ସ୍ୱାମୀଙ୍କ ଇନ୍ସୁରାନ୍ସ ଟଙ୍କା ୧ଲକ୍ଷ କରାଇଦେବା କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇଥିଲେ। ପ୍ରାୟ ୧ ବର୍ଷ ପୂର୍ବେ ଏହି ସବୁ କାଗଜପତ୍ର ଲେବର ଅଫିସରେ ଦାଖଲ କରାଯାଇଥିବା ବେଳେ ଗତ ତା ୧୬/୧/୨୦୨୪ ରିଖରେ ୧ଲକ୍ଷ ଟଙ୍କା ତାଙ୍କ ଜମା ଖାତାରେ ଆସିଥିବା ଜାଣି ଅଙ୍ଗନବାଡି କର୍ମୀ ରତ୍ନାଙ୍କୁ ତା ୧୮/୧/୨୦୨୪ ରିଖ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ପଦ୍ମଗିରି ଶାଖାକୁ ଡାକି ନେଇ ସମସ୍ତ ଟଙ୍କା ଉଠାଇଥିଲେ। ରତ୍ନାଙ୍କୁ ୪୦ ହଜାର ଟଙ୍କା ଦେଇ ବଳକା ଅର୍ଥ ଅଫିସରଙ୍କୁ ଦେବା ପାଇଁ କହି ଶ୍ରୀତି ନିଜ ନିକଟରେ ରଖିବା ସହ ଏବିଷୟରେ କାହାକୁ ନକହିବାକୁ କହିଥିଲେ। କିନ୍ତୁ ଏହି କଥା ଗ୍ରାମର କିଛି ଭଦ୍ର ବ୍ୟକ୍ତି ଜାଣିଵା ପରେ ଅଙ୍ଗନବାଡି କର୍ମୀ ତାଙ୍କୁ ଗାଳିଗୁଲଜ କରି ସେ କିଛି ଟଙ୍କା ରଖିନଥିବା କହି ଦୁର୍ବ୍ୟବହାର ଦେଖାଇଥିଲେ। ଏମିତିକି ଉକ୍ତ ଅଙ୍ଗନବାଡି କର୍ମୀ ଗ୍ରାମର ଅନ୍ୟ ୫୦ରୁ ଊର୍ଦ୍ଧ୍ଵ ଲୋକଙ୍କଠାରୁ ଲେବର କାର୍ଡ କରାଇଦେବା ପାଇଁ ଜଣ ପିଛା ୭୦୦ଟଙ୍କା ଲେଖାଏଁ ଆଦାୟ କରି ୧ବର୍ଷ ହେଲା ନେଇଯାଇଥିବା କଥା ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ଏନେଇ ଅଭିଯୋଗ କାରୀ ରତ୍ନା ପଡିଆମୀ ଓ ଗ୍ରାମର ବିଜୟ ମାଡକାମୀ, ମୁକୁନ୍ଦ ପଡିଆମୀ, ଚନ୍ଦ୍ର ପଡିଆମୀଙ୍କ ସହ ଅନ୍ୟ ଗ୍ରାମବାସୀ ମାନେ ମାଲକାନଗିରି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଥିବା ଜଣା ପଡିଛିl

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page