ସୁଭଦ୍ରା ଫର୍ମ ପୂରଣପାଇଁ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପ୍ରବଳ ଉତ୍ସାହ, ସୁଭଦ୍ରା ସଚେତନତା ରଥକୁ ଜଣାଇଲେ ସ୍ୱାଗତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ସୁଭଦ୍ରା ଫର୍ମ ପୂରଣ ପାଇଁ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ମଧ୍ୟ ରେ ପ୍ରବଳ ଉତ୍ସାହ ଦେଖାଦେଇଛି।ସୁଭଦ୍ରା ସଚେତନତା ରଥ କୁ ବଣ୍ଡା ଘାଟି ରେ ବଣ୍ଡା ମହିଳା ମାନେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ମାଲକାନଗିରି ଜିଲ୍ଲାର ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାରେ ବସବାସ କରୁଥିବା ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ଓ ଆଣ୍ଡରାହଲ ପଞ୍ଚାୟତ ରେ ବସବାସ କରୁଥିବା ଆଦିମ ବଣ୍ଡା ଜନଜାତି ମହିଳାମାନେ ଅଧିକ ସଂଖ୍ୟାରେ ଏହି ଯୋଜନା ପାଇଁ ଆବେଦନ ଜାରି ରଖିଛନ୍ତି। ଖଇରପୁଟ ବ୍ଲକର ୫ ହଜାର ୫ ଶହ ୮୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ଅନ୍ଦ୍ରାହାଲ, ମୁଦୁଲିପଡ଼ା, କଦମଗୁଡା, ଖଇରପୁଟ, ପରଖନମାଲା ଓ ରାସବେଡ଼ାର ଅନେକ ବଣ୍ଡା ଜନଜାତି ମହିଳା ଉତ୍ସାହର ସହ ସୁଭଦ୍ରା ଫର୍ମ ପୂରଣ କରିଛନ୍ତି। ସେହିପରି ସୁଭଦ୍ରା ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି।ମାଲକାନଗିରି ବ୍ଲକର ତମସା, କାଲିମେଳାର ଭୁବନପଲ୍ଲୀ ଓ ତଣ୍ଡାବାଇ, ମାଥିଲିର ତେମୁରପାଲି ସମେତ ବଣ୍ଡାଘାଟିରେ ମଧ୍ୟ ରଥ ବୁଲି ଲୋକଙ୍କୁ ସଚେତନ କରିଛି। ଚିତ୍ରକୋଣ୍ଡାରେ ୫୧୪୨, କାଲିମେଳାରେ ୨୦,୬୮୯, କୋରକଣ୍ଡାରେ ୯୭୫୬, ମାଲକାନଗିରି ରେ ୧୧,୬୫୬, ମାଥିଲିରେ ୭୫୮୫ ଓ ପଡ଼ିଆ ରେ ୪୭୪୭ ଫର୍ମ ପଞ୍ଜିକରଣ କରାଯାଇଛି। ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୪୮୯ ଓ ମାଲକାନଗିରି ପୌର ପରିଷଦରେ ୨୧୬୯ ଅର୍ଥାତ ଜିଲ୍ଲାରେ ସର୍ବମୋଟ ୬୭,୮୪୮ ଜଣ ମହିଳା ପଞ୍ଜୀକରଣ କରିଛନ୍ତି। ପ୍ରକାଶ ଥାଉ କି ଏହି ରଥ ଚଳିତ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳ ଗୁଡିକରେ ଭ୍ରମଣ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page