
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନଏସି ଅଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ନିର୍ବାହୀ ଅଧିକାରୀ ଏବଂ କାଉନସିଲର ଅଜ୍ଞାତରେ ଚାଲିଛି ସକ୍ଷମ କାର୍ଯ୍ୟ।କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାଥମିକ ଶିକ୍ଷା ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ତୃଣମୂଳ ସ୍ତରରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳୁଛି।ସରକାର ଅନ୍ଧ ରାଇଜରେ ଦର୍ପଣ ବିକିବା ଭଳି ନୀତି ଆପଣାଇବା ଭଳି ଘଟଣା ନଜରକୁ ଆସିଛି।ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ମଧ୍ୟ କେବଳ ନାମଫଳକରେ ରଙ୍ଗ ବୋଳି ଶିଶୁଙ୍କ ଭବିଷ୍ୟତ ସହ ଖେଳାଯାଉଛି। ବାଲିମେଳା ଏନଏସିର ୫ ନମ୍ବର ୱାର୍ଡରେ ଥିବା ଭଙ୍ଗା ଦଦରା ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ବୋଲି କେବଳ ନାମ ଫଳକରେ ପ୍ରୟାସ କରାଯାଉଛି।ଯାହାକୁ ୱାର୍ଡ ବାସିନ୍ଦାଙ୍କ ସହ ଏନଏସି ଉପାଧ୍ୟକ୍ଷା ରସ୍ମିତା ବାଙ୍କା , କାଉନସିଲର ଲକ୍ଷ୍ମୀ ନାରାୟଣ ପଟନାୟକ,ତୁଳାମଣି ଛତି , ବିମଳ ବେହେରା,କୃଷ୍ଣ ବାଘ , ସନ୍ତୋଷ ପଣ୍ଡା ଘୋର ବିରୋଧ କରିଛନ୍ତି l ସରକାରଙ୍କ ନିୟମ ମୁତାବକ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ଘର ଠାରୁ ଆରମ୍ଭ କରି ବିଶୁଦ୍ଧ ପାନୀୟଜଳ, ପରିବା ବଗିଚା, ଶୌଚାଳୟ, ପାଚେରୀ ସମେତ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା କଥା କିନ୍ତୁ ବାସ୍ତବରେ ୫ ନଂ ଓ୍ବାର୍ଡ ଅଙ୍ଗନବାଡ଼ି କେନ୍ଦ୍ରରେ ସେପରି କିଛି ନାହିଁ।ବିଭାଗ ପକ୍ଷରୁ କୌଣସି ପ୍ରକାର ଯାଞ୍ଚ ନକରି ସକ୍ଷମ ଅଙ୍ଗନବାଡି କେନ୍ଦ୍ର ମାନ୍ୟତା ଦେବା ଦୁର୍ଭାଗ୍ୟଜନକ। ଅପରପକ୍ଷରେ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ସରକାରଙ୍କ ପ୍ରଦତ୍ତ ଆପରେ ସମସ୍ତ ତଥ୍ୟ ପ୍ରେରଣ କରିବା ପରେ ବିଭାଗ ତରଫରୁ ତାହା ଯାଞ୍ଚ କରାଯିବା ପରେ ସକ୍ଷମ ଅଙ୍ଗନବାଡି କେନ୍ଦ୍ରର ମାନ୍ୟତା ପ୍ରଦାନ କରାଯିବା ନିୟମ ରହିଛି। ହେଲେ ସ୍ଥାନୀୟ ପ୍ରଶାସନିକ ସ୍ତରରେ ବିଭିନ୍ନ ଆଳ ଦେଖାଇ କୋମଳମତି ଶିଶୁଙ୍କ ନିମନ୍ତେ ଉଦ୍ଧିଷ୍ଟ ଅର୍ଥକୁ ଚଳୁ କରୁଛନ୍ତି ବୋଲି କାଉନସିଲର ମାନେ ଅଭିଯୋଗ କରିଛନ୍ତି। ସକ୍ଷମ ଯୋଜନା ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ଏବଂ ଫେନସିଂ କାର୍ଯ୍ୟକୁ ଅତି ନିମ୍ନମାନର କରୁଥିବା ଅଭିଯୋଗ ଆଣିଛନ୍ତି ଓ୍ବାର୍ଡ ନଂ-୫ କାଉନସିଲର ସୁନିତା ଗୁରୁ। ସେପଟେ ସକ୍ଷମ ଯୋଜନାରେ ଏଣେ ତେଣେ ଠାଏଁ ଠାଏଁ ସାମାନ୍ୟ ରଙ୍ଗ ବୋଲି ଟଙ୍କା ହଡ଼ପ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ। ଅଙ୍ଗନବାଡ଼ି କେନ୍ଦ୍ରରେ ସଠିକ ଭାବରେ ରଙ୍ଗ ବୋଳା ଯାଇଛି ନା ଅଛି ସୌନ୍ଦର୍ଯ୍ୟକରଣ।ପୂର୍ବ ସିଡିପିଓଙ୍କ କାର୍ଯ୍ୟକାଳରେ ସ୍ଥାନୀୟ କିଛି ଚଞ୍ଚକ ମାନଙ୍କୁ ହାତବାରିସି ଲୁଟତରାଜ କରୁଥିବା ଅଭିଯୋଗ କରିବା ସହିତ ତୁରନ୍ତ କାମ ବନ୍ଦ କରାଯାଉ ଏବଂ ସାଧାରଣ ଜନତାଙ୍କ ଟିକସ ଟଙ୍କାକୁ ଉଚିତ ମାର୍ଗରେ ଖର୍ଚ୍ଚ କରି କୁନି କୁନି ପିଲାଙ୍କୁ ନ୍ୟାୟ ଦିଆଯାଉ ବୋଲି କାଉନସିଲର ଶ୍ରୀମତି ଗୁରୁ କହିଛନ୍ତି। ତେବେ ଏ ସମ୍ପର୍କରେ ବର୍ତ୍ତମାନର ସିଡିପିଓ ରେଖା ଶୋଭା ସୁନ୍ଦରଙ୍କୁ ପଚାରିବାରୁ ପୂର୍ବରୁ କଣ ହେଇଥିଲା ତାହା ମୋ ଜ୍ଞାତ ସାରରେ ନାହିଁ କିନ୍ତୁ ଏବେ ଯେଉଁ ସକ୍ଷମ କାର୍ଯ୍ୟ କରାଯାଉଛି ତାହା କିପରି ଠିକ ଭାବରେ ହେବ ମୁଁ ଦୃଷ୍ଟି ଦେବି ବୋଲି କହିଛନ୍ତି।