ମାଲକାନଗିରିରେ ସୁଭଦ୍ରା ଶକ୍ତି ମେଳା।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ଆସନ୍ତା ୨୮ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଡିଏନକେ ଖେଳ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ୧୫୦ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଯୋଗ ଦେବେ। ଏହି ୭ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସହିତ ଅର୍ଗାନିକ୍ ଉତ୍ପାଦମାନ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ବିଭିନ୍ନ ବିଭାଗର ଷ୍ଟଲ ଦେଖିବାକୁ ମିଳିବ। ଏହି ସମାରୋହରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଓଡିଶୀ, ପାରମ୍ପରିକ ନୃତ୍ୟ, ଯୋଡି ଶଙ୍ଖ, ରଣପା, ଘୁମରା, ବଜାସାଲ, ଢେମସା ସହ ଜିଲ୍ଲାର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ମାର୍ଚ୍ଚ ୧, ୫ ଓ ୬ ରେ ମେଲୋଡି ନାଇଟ୍ସ ଆୟୋଜନ କରାଯାଇଛି। ମାର୍ଚ୍ଚ ୧ ରେ କୋଲକାତାରୁ ପ୍ଲେ ବ୍ୟାକ ସିଙ୍ଗର ତ୍ରିଶା ଚାଟାର୍ଜୀ ଏବଂ ତାଙ୍କ ଦଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ମାର୍ଚ୍ଚ ୫ ରେ ପ୍ରସିଦ୍ଧ ଓଡ଼ିଆ ଗାୟକ ତଥା ଶ୍ରୀ ଜଗନ୍ନାଥଙ୍କ ଭଜନ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସୌରଭ ଭରଦ୍ୱାଜ ଓ ବର୍ଣାଳି ହୋତା ଯୋଗ ଦେବେ। ଉଦଯାପନୀ ସନ୍ଧ୍ୟାରେ ଶ୍ରୀତମ ସାମନ୍ତରାୟ ଏବଂ ତାଙ୍କ ଦଳ ଆଞ୍ଚଳିକ ଦେଶିଆ ଗୀତ ପରିବେଷଣ କରିବେ। ଏହି ମେଳା ମହିଳା ମାନଙ୍କ ଆୟ ବୃଦ୍ଧି କରିବା ସହ ଆର୍ଥିକ ଓ ସାମାଜିକ ସ୍ବାଧିନତା ଏବଂ ମହିଳା ସଶକ୍ତିକରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବା ସ୍ବପ୍ନ ସାକାର କରିବ। ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ ୨୦୪୭ର ମୂଳପିଣ୍ଡ ହେବ ମହିଳା ସଶକ୍ତିକରଣ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page