ସୁରକ୍ଷାବାହିନୀ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ। ୫ ନକ୍ସଲ ମୃତ , ଅସ୍ତ୍ରଶସ୍ତ୍ର , ଗୁଳିଗୋଳା ଜବତ।

ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ।୨୫ ଲକ୍ଷ ଟଙ୍କା ଇନାମୀ ନକ୍ସଲ ଡିକେଏସଜେଡସିଏମ କମାଣ୍ଡର ସୁଧିର ଓରଫ ମୁରଲି ସମେତ ତିନି ନକ୍ସଲ ନିପାତ। ଦେନ୍ତେଓ୍ବାଡା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ମଙ୍ଗଳବାର ସକାଳ ୮ଟାରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଯାହା ଏପର୍ଯ୍ୟନ୍ତ ଜାରି ରହିଛି। ଏହି ଏନକାଉଣ୍ଟରରେ ପାଞ୍ଚ ଜଣ ନକ୍ସଲ ନିପାତ ହୋଇଥିବା ସୂଚନା। ଏପର୍ଯ୍ୟନ୍ତ ତିନି ଜଣ ନକ୍ସଲଙ୍କ ଶବ ମିଳିଥିବା ବେଳେ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି।

ସୁରକ୍ଷା ବାହିନୀ ଦ୍ୱାରା କରାଯାଉଥିବା ନକ୍ସଲ ବିରୋଧୀ ଅଭିଯାନର ଏକ ଅଂଶ ସ୍ୱରୂପ ଏକ ଦଳ ଦାନ୍ତେୱାଡା ଏବଂ ବିଜାପୁର ସୀମାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ, ଜଙ୍ଗଲରେ ଲୁଚି ରହିଥିବା ନକ୍ସଲମାନେ ହଠାତ୍ ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ପାଲଟା ଜବାବରେ ସୁରକ୍ଷା ବାହିନୀ ମଧ୍ୟ ତୁରନ୍ତ ପାଲଟା ଜବାବ ଦେଇଥିଲେ ଏବଂ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ଆରମ୍ଭ ହୋଇଗଲା।

ଏନକାଉଣ୍ଟର ପରେ, ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ତିନି ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହା ସହିତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ନକ୍ସଲ ସାହିତ୍ୟ ମଧ୍ୟ ଜବତ କରାଯାଇଛି। ତେବେ ନିହତ ନକ୍ସଲମାନେ କୌଣସି ବଡ଼ ସଂଗଠନ ସହିତ ଜଡିତ କି.? କୌଣସି ସ୍ଥାନୀୟ ଗୋଷ୍ଠୀର ଅଂଶ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଏ ବିଷୟରେ ବିସ୍ତୃତ ସୂଚନା ଦିଆଯିବ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି।

ଏନକାଉଣ୍ଟର ପରେ ମଧ୍ୟ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଜଙ୍ଗଲରେ ଆହୁରି ନକ୍ସଲ ଲୁଚି ରହିଥିବା ଆଶଙ୍କା କରାଯାଉଛି। ଗତ କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ବୃଦ୍ଧି ପାଇଛି, ଯାହା ଯୋଗୁଁ ସୁରକ୍ଷା ବାହିନୀ ପୂର୍ବରୁ ସଜାଗ ଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page