ବିଶ୍ୱ ଜଳ ଦିବସ ପାଳିତ : ସଚେତନତା ପାଇଁ ପଥପ୍ରାନ୍ତ ନାଟକ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପ ପକ୍ଷରୁ ସୋର୍ଲୁକୋଣ୍ଡା ଠାରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି।ଏଥିରେ ଆଖପାଖ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।ମୂଖ୍ୟ ଅତିଥି ଭାବେ ପୋଟେରୁ ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କରୁଣା ସାଗର ବେହେରା ଯୋଗ ଦେଇଥିବା ବେଳେ ପାନୀୟ ଜଳର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ତେବେ ସେ କହିଥିଲେ ଯେ ମନୁଷ୍ୟ ବଂଚିବା ନିମନ୍ତେ ବାୟୁ, ଜଳ ଏବଂ ଖାଦ୍ୟର ବିଶେଷ ଆବଶ୍ୟକତା ରହିଛି। ଏଥିସହ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଚାଷୀମାନେ ଖରିଫ ଏବଂ ରବି ଚାଷରେ କେଉଁ ଶସ୍ୟ ଏବଂ ପନିପରିବା ଚାଷ ଋତୁ ଅନୁଯାୟୀ କିପରି କରାଯାଇ ପାରିବ ତାହା ବୁଝାଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ବେହେରା, ଓସିସି ବରିଷ୍ଠ ସାଧାରଣ ପରିଚାଳକ ଇଂ ବାସୁଦେବ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମେଗା ଜଳ ସେଚନ ଏବଂ ପୋଟେରୁ ଜଳ ସେଚନ ମିଳିତ ଆନୁକୂଲ୍ୟରେ ବ୍ୟାରେଜ ଛକ ଠାରେ ଏସ କେ କଲଚରାଲ ଟିମ ପକ୍ଷରୁ ପଥ ପ୍ରାନ୍ତ ନାଟକର ଆୟୋଜନ ହୋଇଥିଲା। ଏହି ନାଟକ ମାଧ୍ୟମରେ ଜଳର ଆବଶ୍ୟକତା ଏବଂ କେଉଁ ଋତୁରେ କେଉଁ ଚାଷ କରାଯିବା ଉଚିତ ସେନେଇ ନାଟକୀୟ ଢଙ୍ଗରେ ପରିବେଷଣ କରିଥିଲେ। ଏହାକୁ ଦେଖିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଜମିଥିଲା। ପଥଚାରୀ ମାନେ ମଧ୍ୟ ଏହି ନାଟକ ଦେଖିବା ପାଇଁ ଅଟକି ଯାଇଥିଲେ। ଆଜିର ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଭାଗୀୟ ଯନ୍ତ୍ରୀ ଅଭିମନ୍ୟୁ ପ୍ରଧାନ ପରିଚାଳନା କରିଥିବା ବେଳେ ଇଂ ଏଲ.ଏନ. ଦଳବେହେରା, ଇଂ ଦୀନବନ୍ଧୁ ପାତ୍ର ଏବଂ ଇଂ ଧନେଶ୍ୱର ହେମ୍ବ୍ରମ ସହଯୋଗ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page