ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା ଏନକାଉଣ୍ଟରରେ ଯବାନମାନେ ୨୦ ରୁ ଅଧିକ ନକ୍ସଲଙ୍କୁ ନିପାତ କରିଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୮ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ମିଳୁଛି।୨୨ ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ଅପରେସନରେ ଏପର୍ଯ୍ୟନ୍ତ ମାଓ ସଂଗଠନ ବିରୁଦ୍ଧରେ ଅନେକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିଛି ଦିନ ପୂର୍ବରୁ ଏହି ଏନକାଉଣ୍ଟରରେ ଯବାନମାନେ ଚାରି ଜଣ ମହିଳା ନକ୍ସଲଙ୍କୁ ମଧ୍ୟ ନିପାତ କରିବାର ସଫଳତା ହାସଲ କରିଛନ୍ତି।

ନକ୍ସଲ କାର୍ଯ୍ୟକଳାପର ଗଡ଼ କୁହାଯାଉଥିବା କରେଗୁଟ୍ଟା ପାହାଡ଼ରେ ଶହ ଶହ ନକ୍ସଲଙ୍କ ଉପସ୍ଥିତି ଏବଂ ବଡ଼ କ୍ୟାଡର ନକ୍ସଲମାନେ ଲୁଚି ରହିଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ମେଗା ମାଓ ବିରୋଧୀ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅପରେସନରେ CRPF, DRG, STF ଏବଂ ସ୍ୱତନ୍ତ୍ର ପୋଲିସ ଦଳ ସମେତ 5000 ରୁ ଅଧିକ ସୈନିକଙ୍କୁ ନିୟୋଜିତ କରାଯାଇଛି।ଯବାନମାନେ ପାହାଡ଼କୁ ଚାରି ଦିଗରୁ ଘେରି କୁଶଳ ରଣନୀତି ସହିତ ଚାପ ପ୍ରୟୋଗ କରିବା ଆରମ୍ଭ କରିଥିଲେ।୧୫ ଦିନର ନିରନ୍ତର ଘେରାବନ୍ଦୀ ଏବଂ ତଲାସି ପରେ ଶେଷରେ ୧୬ତମ ଦିନରେ ୨୦ ରୁ ଉର୍ଦ୍ଧ୍ୱ ନକ୍ସଲଙ୍କୁ ମାରିବାର ଏହି ବଡ଼ ସଫଳତା ମିଳିପାରିଛି।

କରେଗୁଟା ପାହାଡ଼ରେ ନକ୍ସଲପନ୍ଥିଙ୍କ ଦ୍ବାରା ଖଞ୍ଜାଯାଇଥିବା ଶହ ଶହ ଲ୍ୟାଣ୍ଡମାଇନ ଜାଲ ଫାଶରେ ଅନେକ ଯବାନ ଆହତ।ନକ୍ସଲମାନେ ଏହି କରେଗୁଟା ପାହାଡ଼ ଅଞ୍ଚଳକୁ ନିଜର ନିରାପଦ ଆଶ୍ରୟସ୍ଥଳୀ କରିଥିଲେ ଏବଂ ପାହାଡ଼ ତଳେ ଶହ ଶହ ଆଇଇଡି ବିଛାଇ ରଖିଥିଲେ। ଏହି ଲ୍ୟାଣ୍ଡମାଇନ ଭଳି ମାରାତ୍ମକ ବିସ୍ଫୋରକ ଗୁଡ଼ିକୁ ନିଷ୍କ୍ରିୟ କରିବା ବେଳେ ଏପର୍ଯ୍ୟନ୍ତ ୫ ରୁ ୬ ଜଣ ଯବାନ ଆହତ ହୋଇଛନ୍ତି, କିନ୍ତୁ ସୁରକ୍ଷା ବାହିନୀର ପୂର୍ଣ୍ଣ ସତର୍କତା ପାଇଁ ତଲାସୀ ଅଭିଯାନ ଜାରି ରଖିଛନ୍ତି। ପରବର୍ତ୍ତୀ ସମୟରେ ଏହି କରେଗୁଟା ମାଓ ବିରୋଧୀ ଅପରେସନର କିଭଳି ଫଳାଫଳ ରହିବ ତାହା ଉପରେ ଦେଶବାସୀ ଏବଂ ଦେଶର ସମସ୍ତ ସୁରକ୍ଷା ଏଜେନ୍ସିଙ୍କ ନଜର ରହିଛି। ତେବେ ଏହି ଏନକାଉଣ୍ଟର ସମ୍ପର୍କରେ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି ସୁନିଶ୍ଚିତ ସୂଚନା ମିଳି ପାରିନାହିଁ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ଜିଲ୍ଲା ପ୍ରଶାସନ ପକ୍ଷରୁ କୃତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ…

    Leave a Reply

    Your email address will not be published. Required fields are marked *

    You cannot copy content of this page