ପ୍ରସେର ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହାତ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲମାନଙ୍କ ଦ୍ୱାରା ବିଛା ଯାଇଥିବା ପ୍ରସେର ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହାତ। ବିଜାପୁର ଜିଲ୍ଲା ଚିନ୍ନାକୋଡେପାଲ ଅଞ୍ଚଳକୁ ସିଆରପିଏଫ ୧୯୬ ବାଟାଲିୟନର ଯବାନ ମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ଯବାନମାନେ ନକ୍ସଲପନ୍ଥିଙ୍କ ପ୍ରେସର ଆଇଇଡି ବିସ୍ଫୋରଣ ସଂସ୍ପର୍ଶରେ ଆସିବା ଫଳରେ ସିଆରପିଏଫ ବାହିନୀର (ବୋମା ନିଷ୍କ୍ରିୟକାରୀ ଦଳ)ର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ କୋଡେପାଲ ଡ୍ରେନ୍ ନିକଟରେ ମାଓବାଦୀମାନେ ଏକ ପ୍ରସେର ଆଇଇଡି ଖଞ୍ଜିଥିଲେ। ଯବାନ ପ୍ରସେର ଆଇଇଡି ସଂସ୍ପର୍ଶରେ ଆସିବାରୁ ଆଇଇଡି ବିସ୍ଫୋରଣ ଘଟିଥିଲା।ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଯବାନଙ୍କ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିଲା। ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ, ଆହତ ଯବାନଙ୍କୁ ଜିଲ୍ଲା ହସ୍ପିଟାଲ ବିଜାପୁରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଉନ୍ନତ ଚିକିତ୍ସା ଜାରି ରହିଛି।

ଅନ୍ୟପକ୍ଷରେ, ଘଟଣା ପରେ ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରିଛି। ମାଓବାଦୀଙ୍କ ଉପସ୍ଥିତି ଏବଂ ଅନ୍ୟ ଯେକୌଣସି ପ୍ରକାରର ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ସଜାଗ ରହିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page