ବଡଯାତ୍ରାରେ ଉତ୍ସବ ମୁଖର ମାଲକାନଗିରି : କନ୍ୟାମାଝିବନ୍ଧ ପୀଠ ଲୋକାରଣ୍ୟ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ କାହିଁ କେଉଁ କାଳରୁ ପାଳନ ହେଇ ଆସୁଥିବା ବଡ ଯାତ୍ରା ଚଳିତ ବର୍ଷ ମଧ୍ୟ ପାଳନ ହେଉ ଅଛି। ପ୍ରତି ଦୁଇ ବର୍ଷରେ ଠାରେ ପାଳନ ହେଉଥିବା ଏହି ଯାତ୍ରା ଚଳିତ ବର୍ଷ ପାଳନ ହେଉଥିବା ବେଳେ ପ୍ରାୟ ଏକ ମାସ ଧରି ଯାତ୍ରାର ବିଭିନ୍ନ ନୀତି କାନ୍ତି ଓ ପୂଜା ଆରମ୍ଭ ହୋଇଯାଇଛି। ବଡ ଯାତ୍ରା ପାଇଁ ଆନ୍ଧ୍ର ସ୍ଥିତ ତାଡକାରେଉ କୁଣ୍ଡରେ ତିନି ଠାକୁର ପ୍ରଭୁ କାନମ ରଜୁ, ବାଲରାଜୁ, ପୋତ ରାଜୁ ଓ ମା ମୁତିୟାଲୁ ଅମ୍ମାଙ୍କୁ ସ୍ନାନ ପରେ ମାଲକାନଗିରି ଅଭିମୁଖେ ଅଣା ଯାଇଛି। ସୁ ସଜ୍ଜିତ ବୀମାନ ଯୋଗେ ଠାକୁ ମାନଙ୍କୁ ପ୍ରାୟ ୧୦୦ କିମି ବାଟ ଭକ୍ତ ମାନେ ବୋହି ବୋହି ଆଣିବା ପରେ ଆଜି ଠାକୁରଙ୍କ ବିମାନ ମାଲକାନଗିଇର ଜିଲ୍ଲା ସଦର ସ୍ଥିତ କନ୍ୟାମାଝି ବନ୍ଧ ପୀଠରେ ପହଞ୍ଚିଥିଲା। ଜହ ପରେ ଆଜି ସକାଳୁ ଉତ୍ସବ ମୁଖର ହୋଇପଡିଛି ମାଲକାନଗିରି ସହର। ପବିତ୍ର ତମସା ନଦୀକୂଳରୁ ଭକ୍ତମାନେ ଶୋଭାଯାତ୍ରାରେ କନ୍ୟାମାଝି ପୁଜା ମଣ୍ଡପନିକଟରେ ଠାକୁରଙ୍କ ବିମାନ ପହଁଚାଇଥିଲେ, ରାସ୍ତା ତମାମ ଭୋଗପାଇ ଆସୁଥିବା ଠାକୁରଙ୍କ ବିମାନ ପହଞ୍ଚିବା ପରେ ପାଟପୂଜାରୀ, ପୁଜାକମିଟିର ସଭାପତି ତହସିଲଦାର ଓ ଅନ୍ୟାନ ଅଧିକାରୀ ପୁଜାକମିଟିର ସଦସ୍ୟ ମାନେ ରାଜ ଭୋଗ ଲଗାଇବା ପରେ ଠାକୁରଙ୍କୁ ପାଳ ମଣ୍ଡପକୁ ପ୍ରବେଶ କରା ଯାଇଥିଲା। ମାନସିକ ଧାରୀ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନକରି ଭୋଗ ଲଗାଇଥିଲେ। କାଳଶି ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ଙ୍କ ନାଟବେଶ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଅବସରେ ପୁଲିସ ପ୍ରଶାସନ, ସତ୍ୟସାଇ ସେବା ସଂସ୍ଥା, ଶିବାନନ୍ଦ ଆଶ୍ରମ, ଜୟ ମାଲକାନଗିରି ସହ କେତକ ସ୍ୱଚ୍ଛାସେବି ଅନୁଷ୍ଠାନ, ଯୁବକ ସଂଘ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ଦହିପଣା, ଲେମ୍ବୁପାଣି ଓ ଅର୍ନପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ଓଡିଶା, ଆନ୍ଦ୍ର, ତେଲାଙ୍ଗାନା, ଛତିଶଗଡ ଚାରି ରାଜ୍ୟରୁ ଭକ୍ତମାନେ ଏହି ପୂଜାରେ ସାମିଲ ହୋଇଥିଲେ। ତେବେ ଆଜି ରାତ୍ରରେ ବଡ ଠାକୁରଙ୍କ ବିମାନକୁ ବିରାଟ ଶୋଭାଯାତ୍ରାରେ କନ୍ୟାମାଝି ବନ୍ଧରୁ ମାଣ୍ଡିଆଭଟା ମଣ୍ଡପ ନିକଟକୁ ନିଆଯାଇ ସେଠାରେ ରାତ୍ର ରହଣି କରାଯିବ। ତେବେ ବଡ ଯାତ୍ରା ପାଇଁ ମାଲକାନଗିରି ସହର ରେ ମିନାବଜାର, ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲା ଯାଇଛି, ସମଗ୍ର ମାଲକାନଗିରି ସହର ଉତ୍ସବ ମୁଖର ହୋଇପଡିଛି।

  • Related Posts

    ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

    ଜୀବନ ନେଉଛି ସ୍କୁଲ ଛାତ୍ରଛାତ୍ରୀଙ୍କ ବାଇକ ନିଶା।

    କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ବାଇକ ଦୃଘଟଣା।ଦୃଘଟଣାରେ ଯାଉଛି ନିରୀହ ନାବାଳକ ଛାତ୍ରଛାତ୍ରୀଙ୍କ ଜୀବନ।ଦିନକୁ ଦିନ ରାଜ୍ୟ ମୋଟର ଜାନ ଆଇନ ଯେତେ କଡ଼ା କଡ଼ି ହେଉଛି, ଦିନକୁ ଦିନ ସେତିକି ବେପରୁଆ ବାଇକ ଚାଳକ ସଂଖ୍ୟା…

    Leave a Reply

    Your email address will not be published. Required fields are marked *

    You cannot copy content of this page