
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ନକ୍ସଲ ନିପାତ ଅଭିଯାନ ଜାରି ରହିଥିବା ବେଳେ ନକ୍ସଲ ଦମ୍ପତିଙ୍କ ସମେତ ୭ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପିତ ସମସ୍ତଙ୍କ ମୁଣ୍ଡ ଉପରେ ୩୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ନକ୍ସଲଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା।ପୋଲିସ ଅଧୀକ୍ଷକ କିରଣ ଚଭନଙ୍କ ସମ୍ମୁଖରେ ଆତ୍ମସମର୍ପଣ କଲେ।ସମସ୍ତେ ୨୦୨୧ ମସିହାରେ ଟେକାଲଗୁଡ଼ା ଘଟଣାରେ ଜଡିତ ଥିଲେ, ଯେଉଁଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ।ସମସ୍ତଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବା ସହ ସରକାରଙ୍କ ନକ୍ସଲ ଥଇଥାନ ଏବଂ ପୁନର୍ବାସ ନୀତିର ଲାଭ ଦିଆଯିବ ବୋଲି ସୁକୁମା ଏସପି ଶ୍ରୀ ଚଭନ ସୂଚନା ଦେଇଛନ୍ତି।