ପୁଣି ନକ୍ସଲଙ୍କ ବର୍ବରକାଣ୍ଡ: ପୂର୍ବତନ ବିଧାୟକଙ୍କ ଶ୍ଵଶୁରଙ୍କୁ ଗଳାକାଟି ହତ୍ୟା।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ପୁର୍ବତନ ବିଧାୟକ ମନିଷ କୁଞ୍ଜାମଙ୍କ ସାନ ଶଶୁର କମଲୁ ହିଡମାଙ୍କୁ ମାଓବାଦୀ ମାନେ ଗଳା କାଟି ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ପେଣ୍ଟାପାଡ ଗାଁରେ ଗତକାଲି ରାତିରେ ନିଜ ଘରେ 65 ବର୍ଷୀୟ ବୃଦ୍ଧ କମଲୁ ଶୋଇଥିବା ବେଳେ 20 ରୁ 25 ଜଣ ସଶସ୍ତ୍ର ମାଓବାଦୀ ତାଙ୍କ ଘରେ ପଶି ଯାଇଥିଲେ।କମଲୁ ହିଡିମାଙ୍କୁ ଉଠାଇ ନେଇ ଘର ବାହାରକୁ ଆଣି ଆଖିବୁଜା ଠେଙ୍ଗାରେ ପିଟିଥିଲେ।ଏହା ପରେ ନକ୍ସଲ ସଂଗଠନ ବିରୁଦ୍ଧରେ ଲୋକମାନଙ୍କୁ ଉସକାଇବା ଏବଂ ପୁଲିସକୁ ନକ୍ସଲ ସଂଗଠନର ଗତିବିଧି ସମ୍ପର୍କରେ ସୂଚନା ଦେବା ଅଭିଯୋଗ ତାଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରିଛନ୍ତି ନକ୍ସଲ। ଆଜି ସକାଳେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଏ ସମ୍ପର୍କରେ ମୃତକଙ୍କ ଜ୍ୱାଇଁ ତଥା ପୂର୍ବତନ ବିଧାୟକ ମନୀଷ କୁଞ୍ଜାମଙ୍କୁ ପଚାରିବାରୁ ମୋ ଶ୍ଵଶୁର ଜଣେ ଅତି ସରଳ ଲୋକ ଥିଲେ। ଯେଉଁମାନେ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି,ସେ ଭାବିବା ଦରକାର ଯେ ଯାହାକୁ ହତ୍ୟା କରୁଛନ୍ତି ତାଙ୍କ ବିଷୟରେ ପ୍ରଥମେ ଯାଞ୍ଚ କରନ୍ତୁ। ତାପରେ ଯେ କୌଣସି କଠୋର ପଦେକ୍ଷପ ଉଠାନ୍ତୁ।ମୋ ଶ୍ଵଶୁରଙ୍କ ନାଁରେ ପୂର୍ବରୁ ଅନେକ ଥର ଏମିତି ଲୋକଙ୍କୁ ଉସକାଇବା ଏବଂ ପୁଲିସକୁ ଖବର ପ୍ରଦାନ କରିବା ଭଳି ଅଭିଯୋଗ ଆଣି ବିଫଳ ହୋଇଛନ୍ତି। ହେଲେ ନକ୍ସଲ ମାନେ ଯେଉଁଭଳି ନୀରିହ ଲୋକଙ୍କ ହତ୍ୟା କରୁଛନ୍ତି।ଏହା କୌଣସି ସୁସ୍ଥ ସମାଜ ପାଇଁ ଠିକ ନୁହେଁ। ହିଂସା କେବେ ମଧ୍ୟ କୌଣସି ସମାଧାନର ବାଟ ନୁହେଁ। ନକ୍ସଲପନ୍ଥିଙ୍କ ଏହିଭଳି କାର୍ଯ୍ୟକଳାପ ଯୋଗୁଁ ଜନ ସାଧାରଣଙ୍କ ମଧ୍ୟରେ ସେମାନଙ୍କ ପ୍ରତି ଘୃଣା ଭାବ ଆସିଯାଇଛି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ଏକ ସୁସ୍ଥ ଏବଂ ବିକଶିତ ସମାଜ ଗଠନରେ ସହାୟକ ହୁଅନ୍ତୁ ବୋଲି କହିଛନ୍ତି। ଅପରପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ୨୦୨୬ ମସିହା ମାର୍ଚ୍ଚ ସୁଦ୍ଧା ଦେଶରେ ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ଭାବେ ସମାଧାନ କରିବାକୁ ନିର୍ଦ୍ଧେଶ ଦେବା ପରେ ଦେଶର ସମସ୍ତ ନକ୍ସଲ ପ୍ରବଣ ଅଞ୍ଚଳରେ ନକ୍ସଲ ଦମନ ଅଭିଯାନକୁ ଜୋରଦାର କରାଯାଇଛି। ସେହିପରି ସୁକୁମା ଜିଲ୍ଲାରେ ନକ୍ସଲପନ୍ଥିଙ୍କ ଦ୍ବାରା ପୂର୍ବତନ ବିଧାୟକଙ୍କ ଶ୍ଵଶୁରଙ୍କୁ ଗଳାକାଟି ହତ୍ୟା କରିବା ପରେ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ପେଣ୍ଟାପାଡ ଗାଁ ନିକଟସ୍ଥ ଜଙ୍ଗଲରେ କୁମ୍ବିଂ ଅପରେସନକୁ ପୁଲିସ ଦ୍ୱାରା ବଢାଇ ଦିଆଯାଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page