
ମାଲକାନଗିରି(କ୍ରୋନିକ ଓଡ଼ିଶା)ବିପରିତ ପରିସ୍ଥିତିରେ ରୋଗୀ ସେବାର ଉଦାହରଣ ହେଲେ ଡାକ୍ତର।ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର ଅନନ୍ତ କୁମାର ଡାର୍ଲି ଏବଂ ତାଙ୍କ ସହଯୋଗୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁଜିତ କୁମାର ପୂଜାରୀ। ଗତ କିଛି ଦିନ ହେବ ମାଥିଲି ଅଂଚଳରେ ଡାଇରିଆ ବ୍ୟାପୁଥିବା ବେଳେ କର୍ତ୍ତନପାଲ୍ଲୀ ପଂଚାୟତ ଅଧିନସ୍ଥ ବାରା ଗାଁରେ ସର୍ବାଧିକ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଲଗାଣ ବର୍ଷା ଯୋଗୁଁ ନଈର ସ୍ରୋତ ପ୍ରଖର ହୋଇ ଯାଇଥିବା ଯୋଗୁଁ କିଛି ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ମେଡିକାଲ ଆସି ପାରୁନଥିଲେ।ତେଣୁ ବାଧ୍ୟ ହୋଇ ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର ଅନନ୍ତ ଡାର୍ଲି , ସେଥିପାଇଁ ଉଭୟ ସାଧାରଣରେ ବେଶ ପ୍ରଶଂସାର ପାତ୍ର ପାଲଟିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦୁର୍ଗମ କିଆଙ୍ଗ ଡ଼ାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଉକ୍ତ ଅଃଚଳର ଅଧିକାଂଶ ନଦୀ ନାଳ ଗୁଡିକରେ ଲଗାଣ ବର୍ଷା ଯୋଗୁଁ ପାଣି ବଢିଯାଇଥିଲା। ଉଭୟ ନିଜ ଜୀବନକୁ ବାଜି ଲଗାଇ ଉଛୁଳା ନଇ ପାରି ହୋଇ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ନିଶ୍ଚିତ ପ୍ରଶଂସନୀୟ।