୫୭ ଲକ୍ଷ ଟଙ୍କାର ପାଣି ପାଇପ ଚୋରି।୧୦ କୋର୍ଟ ଚାଲାଣ , ୬ ଗାଡ଼ି ଜବତ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ପଂଚାୟତ ଟେକଗୁଡା ନିକଟରେ ହେଉଥିବା ମେଗା ଜଳ ପ୍ରକଳ୍ପ ର ୫୬ ଲକ୍ଷ ଟଙ୍କାର ଲୁହା ପାଇପ ଚୋରି ଘଟଣା ରେ ୬ଟି ଗାଡି ଜବତ ହେବା ସହ ୧୦ ଜଣକୁ କୋର୍ଟ ଚାଲାଣ କରିଛି ଓରକେଲ ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ରେ ଚାଷୀ ମାନଙ୍କ ଉତ୍ତମ ଚାଷ ନିମନ୍ତେ ସରକାରଙ୍କ ତରଫରୁ ମେଗା ଜଳ ପ୍ରକଳ୍ପ କରାଯାଉଅଛି ଯାହାର ଏକ ଶାଖା ପୋଟ୍ରେଲ ପଂଚାୟତ ଟେକଗୁଡା ନିକଟରେ ହେଉଥିବା ଜଣା ପଡ଼ିଛି।ପ୍ରକଳ୍ପ ର ସୁଗମ ଜଳସେଚନ ନିମନ୍ତେ ତେନ୍ତୁଳି ଗୁଡା ଓ ଏମ ଭି – ୧୨୦ଗ୍ରାମ ନିକଟରେ ଡକଟେଲ ଲୁହା ପାଇପ କମ୍ପାନୀ ( ମେଗା ପାଇପ ଜଳ ସେଚନ ପ୍ରକଳ୍ପ) ତରଫରୁ ରଖାଯାଇଥିଲା। ଏହି କମ୍ପାନୀ ଜିଲ୍ଲା ରେ ଦୁଇଟି ସ୍ଥାନରେ ଯଥା ପଡିଆ ବ୍ଲକ ଓ କରୁକୋଣ୍ଡା ବ୍ଲକ ରେ କାର୍ଯ୍ୟ କରୁଥିବା ବେଳେ ଗତ ୧୯/୦୨/୨୫ ରିଖ ବୁଧବାର ରାତିରେ ଓରକେଲ ପୋଲିସକୁ ଚୋରି ହେବାର ଖବର ଆସିଥିଲା। ଖବର ପାଇଁ ଥାନା ଅଧିକାରୀ ଧୀରେନ ପଟନାୟକ ସଦଳବଳେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ଏମ୍ଭି – ୧୨୦ ଗ୍ରାମ ନିକଟରେ ୬ଟି ଗାଡି ସହ ୧୦ ଜଣଙ୍କୁ ଗିରଫ କରି ୧୦୨ ଖଣ୍ଡ ଲୁହା ପାଇପ ଜବତ କରିଥିବାର ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ୧୦ ଜଣ ହେଲେ ୧-ରମେଶ ଅଶୋକ ଯାଦବ (୩୧)ମହାରାଷ୍ଟ୍ର ର ସଂଗଲି ଜିଲା ଅଗଲଗାଓଁ ,୨- ବାବାସୋ ସୁରେଶ ମସକେ ( ୨୨) ମହାରାଷ୍ଟ୍ର ର ଭୋଶ ଗ୍ରାମର , ୩- ନିତିନ ପ୍ରକାଶ ଭୋସଲେ (୪୮) ମହାରାଷ୍ଟ୍ର ଇନ୍ଦିରାନଗର ,୪-ସୂର୍ଯ୍ୟକୁମାର ଏସ (45)କର୍ଣ୍ଣାଟକ ରାମନଗର ଜିଲ୍ଲା ର ଭାଡ଼ାରହାଲି ,୫-ମହମଦ ହନିଫ ଖାଁ(୪୭) ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ର ବୋଦିଆମତି ଗ୍ରାମର , ୬- ତ୍ରିପାଲ ଠାକୁର (୪୫)ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ଜମୁଙ୍ଗିଆ ଗ୍ରାମ ର ,୭- ଇନ୍ଦ୍ର ପ୍ରସାଦ ପରିଜା ଓଡିଶା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଗ୍ରାମର , ୮- ଅନନ୍ତ ଦାସ (୨୪) ଗଂଜାମ ଜିଲ୍ଲା ବୁଧେଈଶୁଣି ଗ୍ରାମର , ୯-ହେମନ୍ତ ସୁନ୍ଦରା (୨୮) ଖୋର୍ଦ୍ଧା ଜିଲ୍ଲା ର ବୁଧେଈଶୁଣି ଗ୍ରାମର , ୧୦-ମିଥୁନ ବାରିକ (୨୭) ଖୋର୍ଦ୍ଧା ଜିଲ୍ଲା ପାତ୍ରପଡ଼ା ଗ୍ରାମର ବୋଲି ଜଣା ପଡ଼ିଛି। ସୂଚନା ଥାଉକି ଗତ ୨ ମାସ ତଳେ ଜିଲ୍ଲା ର ବିଭିର୍ଣ୍ଣ ସ୍ଥାନରେ ଏହି ମେଘା ଜଳପ୍ରକଳ୍ପ ତାର ପାଇପ ବିଛେଇବା ନିମନ୍ତେ ଷ୍ଟକ ରଖିଥିଲା। କିନ୍ତୁ ଚିନ୍ତାର ବିଷୟ ଏତେବଡ଼ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବାବେଳେ ଏତେଗୁଡିଏ ଟଙ୍କାର ଜିନିଷ ପ୍ରତି କୌଣସି ସାବଧାନତା ନାହିଁ କିପରି। ଏବଂ କିପରି ବାହାର ରାଜ୍ୟ ର ଗାଡି ଗୁଡିକ ଆସି ଏହି ପାଇପ ଗୁଡିକୁ ବିନା ଡରରେ ଚୋରି କରି ନେଉଛି ଯାହାକି ପ୍ରକଳ୍ପ ରେ କାର୍ଯ୍ୟରତ ଅଧିକାରୀ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୋଲିସ ଦେଇଥିବା ସୁଚନା ଅନୁଯାଇ ସାଇଟ ଇଂଚାର୍ଜ ଲିପୁନ ଦେହୁରୀ ଙ୍କ ଲିଖିତ ଅଭିଯୋଗ କୁ ଭିତ୍ତିକରି ସମୁଦାୟ ୬୮୧ପାଇପ ବିଛେଇବା ନିମନ୍ତେ ୨ଟି ପୃଥକ ପୃଥକ ଜାଗାରେ ଯଥା ଏମ୍ଭି -୧୨୦ ଗ୍ରାମ ଓ ତେନ୍ତୁଳିଗୁଡା ରେ ରଖାଯାଇଥିଲା ଗୋଟିଏ ଜାଗାରେ ୫୧୪ପାଇପ ରଖାଯାଇଥିବା ବେଳେ ସେଥିରୁ ୩୩୪ ଖଣ୍ଡ ପାଇପ ଚୋରି ହୋଇଛି। ଏବଂ ଅନ୍ୟଜାଗାରୁ ୧୬୭ ଖଣ୍ଡ ପାଇପ ରୁ ୧୦୮ ଟି ଚୋରି ହୋଇଛି ସମୁଦାୟ ୪୪୨ ଟି ପାଇପ ଚୋରି ହେଇଥିବାର କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।ଯାହାର ଆନୁମାନିକ ମୂଲ୍ୟ ୫୬ଲକ୍ଷ ୩୮ ହଜାର ୧୫୨ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଚୋରି ଦିନ ଦୁଇପ୍ରହରେ ହେଉଥିବା ବେଳେ ଚୋରି ନିମନ୍ତେ ଶ୍ରମିକ ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲାର ଅନନ୍ତ ଦାସ ଏକ ପିକପ ଯୋଗେ ଶ୍ରମିକ ଆଣିବା ସହ ନିଜେ ଏକ କାର ଯୋଗେ ଘଟଣା ସ୍ଥଳରେ ଉପସ୍ଥିତ ଥିବାବେଳେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ରୁ ଆସିଥିବା ଚାରୁଟି ଟ୍ରକ କୁ ପୋଲିଶ ଜବତ କରିଛି। ଘଟଣା ସ୍ଥଳରୁ ଟ୍ରକ ମଧ୍ୟରୁ ୧୨୦ ଟି ପାଇପ ଜବତ କରିଛି। ଏନେଇ ଓରକେଲ ଥାନାରେ ୬୪/୨୫ ପ୍ରକାର ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ଏବଂ ଏହାର ଚେର ମାଲକାନଗିରି ଜିଲ୍ଲା ରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଥିବାର ସୂଚନା ମିଳିଛି। ଏହି ପ୍ରକଳ୍ପ କେଇସି -କାବେରୀ ଜେଭି ନାମକ ସଂସ୍ଥା କାର୍ଯ୍ୟ କରୁଥିବାବେଳେ ଏହି କାର୍ଯ୍ୟର ଅଟକଳ ମୂଲ୍ୟ ୧୦୪ କୋଟି ୧ଲକ୍ଷ ୮୨ ହଜାର ୩୬୦ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ବସୁଧା ଯୋଜନା ଅନ୍ତର୍ଗତ ବୋଲି ଜଣା ପଡ଼ିଛି। ଏହି ଚୋରି ବିଷୟରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ।ଏହି ଚୋରି ଭୂବନେଶ୍ୱର ରୁ ମହାରଷ୍ଟ୍ର ପର୍ଯ୍ୟନ୍ତ ହାତଥିବାର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page