ସୁରକ୍ଷାବାହିନୀକୁ ବଡ଼ ସଫଳତା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ।

ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି।ମର୍କନଗୁଡା ଏବଂ ମେଟାଗୁଡା ଜଙ୍ଗଲର ଭିନ୍ନ ଭିନ୍ନ ସ୍ଥାନରେ ନକ୍ସଲମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସୁରକ୍ଷାବାହିନୀ ଯବାନଙ୍କ ଦ୍ଵାରା ଉଦ୍ଧାର କରାଯାଇଛି।

ସୁକୁମା ଜିଲ୍ଲା ଦୁଲେଡ୍ କ୍ୟାମ୍ପ ନିକଟସ୍ଥ ମର୍କନଗୁଡା ଜଙ୍ଗଲ ଅଞ୍ଚଳରେ ନକ୍ସଲମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ରର ଏକ ଡମ୍ପ ମିଳିଛି।ତଲାସୀ ଅଭିଯାନ ସମୟରେ, ସୁରକ୍ଷାବାହିନୀ ୬ଟି ଭରମାର ବନ୍ଧୁକ, ୧୮ଟି ବିଜିଏଲ(ବ୍ୟାରେଲ ଗ୍ରେନେଡ ଲଞ୍ଚର) ସେଲ, ଡେଟୋନେଟର, ସେମିକଣ୍ଡକ୍ଟର ସର୍କିଟ, ଲୁହା ପେଲେଟ୍, ନକ୍ସଲ ସାହିତ୍ୟ, ୟୁନିଫର୍ମ, ବ୍ୟାଗ, ବେଲ୍ଟ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ସୁରକ୍ଷାବାହିନୀଙ୍କ ଦ୍ବାରା ଜବତ କରାଯାଇଛି।

ମେଟାଗୁଡା ନୂତନ କ୍ୟାମ୍ପ ନିକଟସ୍ଥ ଜଙ୍ଗଲରେ ମଧ୍ୟ ସୁରକ୍ଷାବାହିନୀ ପକ୍ଷରୁ ଏକ ଅଭିଯାନ କରାଯାଇଥିଲା। ଏଥିରେ ୩ଟି ବନ୍ଧୁକ, ୨ଟି ବିଜିଏଲ ରାଉଣ୍ଡ, ଦେଶୀ ରାଇଫଲ୍, ୬ଟି ସ୍ୱଦେଶୀ ଡେଟୋନେଟର, ୧୦୦ ଗ୍ରାମ ଗନ୍ ପାଉଡର, ସ୍ୱଦେଶୀ ବୋମା, କାର୍ଟ୍ରିଜ୍, ଷ୍ଟିଲ୍ ପାଇପ୍, ନକ୍ସଲ ପତାକା, ମିକ୍ସର ଜାର ଏବଂ ଅନ୍ୟାନ୍ୟ ସନ୍ଦେହଜନକ ସାମଗ୍ରୀ ଜବତ ହୋଇଛି।

ସୁରକ୍ଷାବାହିନୀର ସୂଚନା ଅନୁଯାୟୀ ନକ୍ସଲମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏହି ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ଯବାନଙ୍କ ସତର୍କତା ଏବଂ ସଠିକ୍ ଗୁଇନ୍ଦା ସୂଚନା ଯୋଗୁଁ ସୁରକ୍ଷାବାହିନୀ ନକ୍ସଲମାନଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି।

ଏହି ଅପରେସନରେ ଜିଲ୍ଲା ପୁଲିସ, ଦ୍ୱିତୀୟ ବାଟାଲିୟନ ସିଆରପିଏଫ ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ ସିଆରପିଏଫ ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନକ୍ସଲ ବିରୋଧୀ ଅଭିଯାନରେ ଯାଇଥିବା ସମସ୍ତ ଯବାନ ସୁରକ୍ଷିତ ଭାବରେ ଶିବିରକୁ ଫେରିଛନ୍ତି।

ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ସୁକମା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ନିରନ୍ତର ଜାରି ରହିଛି। ସୁରକ୍ଷାବାହିନୀର ଏହି ସଫଳତା ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page