ନକଲି ବାସିନ୍ଦା ପ୍ରମାଣପତ୍ର ଦେଇ ଦୀର୍ଘ ୧୨ ବର୍ଷ ଧରି ସରକାରୀ ଚାକିରି ; ସ୍ବାସ୍ଥ୍ୟ ବିଭାଗରେ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ନକଲି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ରରେ ୨୦୧୩ ମସିହାରୁ ମାଲକାନଗିରି ଜିଲ୍ଲାରେ ଜଣେ ମହିଳା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟକର୍ମୀ ଭାବେ ଚାକିରୀ କରିଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବାଡା ପଞ୍ଚାୟତ ଘଗଡା ବନ୍ଧ ଗ୍ରାମ ବାସିନ୍ଦା ଦର୍ଶାଇ ପୁରୀ ଜିଲ୍ଲା ଗୋପ ଗ୍ରାମର କୌଶଲ୍ୟା ନାୟକ ଜନୈକ ମହିଳା ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରି ଆସୁଥିବା ଜଣାପଡିଛି।କୌଶଲ୍ୟା ନାୟକ ନାମ୍ନୀ ମହିଳା ଜଣଙ୍କ ନକଲି ବାସିନ୍ଦା ପ୍ରମାଣ ପତ୍ର ଦେଇ ମାଲକାନଗିରି ଜିଲ୍ଲାର ବାସିନ୍ଦା ଦେଖାଇ ଚାକିରୀ କରି ଆସୁଛନ୍ତି। ସେ ୨୦୦୪ ମସିହାରେ ଗୋପ ସରକାରୀ ବିଦ୍ୟାଳୟ ରେ ଦଶମ ପାସ କରିଥିଲେ, ଗୋପ ମହାବିଦ୍ୟାଳୟରେ ୨୦୦୬ ମସିହାରେ ଯୁକ୍ତ ଦୁଇ ପାସ କରି ଭୁବନେଶ୍ୱର ଠାରେ ୨୦୦୯ ରେ ଏ ଏନ ଏମ ଶିକ୍ଷା ସାରିଥିଲେ। ୦୩.୧୦.୨୦୧୩ ମସିହାରେ କୁଡୁମୁଲୁ ଗୁମ୍ମା ଅଞ୍ଚଳର ତୋଟାପାଲି ଠାରେ ପ୍ରଥମେ ଚାକିରୀରେ ଯୋଗ ଦେଇଥିଲେ, ଠିକ ତାର ଚାରିଦିନ ଅର୍ଥାତ ୦୭.୧୦.୨୦୧୩ ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟାକୁ ଡେପୁଟେସନ ରେ ଆସିଥିଲେ, ପୁଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୭.୧୦.୨୦୧୩ ରେ ପଡିଆ ବ୍ଲକ ଗିରକାନପାଲି କୁ ସ୍ଥାନାନ୍ତର ହୋଇ ଦୀର୍ଘ ୧୨ ବର୍ଷ ହେବ ରହି ଆସୁଛନ୍ତି। ଏହି ଖବର ଟି ଜାଣିବାପରେ ଆମେ ଚିତ୍ରକୋଣ୍ଡା ତହସିଲ କୁ ଯୋଗାଯୋଗ କରିଥିଲୁ କିନ୍ତୁ ଏହି ନାମରେ କୌଣସି ପ୍ରମାଣପତ୍ର ଦିଆଯାଇନଥିବା ସୂଚନା ଦେଇଥିଲେ। ପରେ ପରେ ଏହି ଖବର ଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଏହି ଘଟଣା ସମ୍ୱନ୍ଧରେ କିଛି ଜାଣିନଥିବା କହିଛନ୍ତି ଓ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସୁଥିବା ବେଳେ ସରକାର ଏହି ଘଟଣା ଉପରେ ନଜର ରଖି ବିଭିନ୍ନ ସମୟରେ ସାର୍ଟିଫିକେଟ ଯାଞ୍ଚ କରି ଆସୁଛନ୍ତି କିନ୍ତୁ ଦୀର୍ଘ ୧୨ ବର୍ଷ ହେବ ନକଲି ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ରରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଏହି ଘଟଣା ଉପରେ କିପରି କାହାର ନଜର ନାହିଁ ନାଁ ଘଟଣାକୁ ଜାଣି ଶୁଣି ଘୋଡାଇ ଦିଆଯାଉଛି ତାହା ଏବେ ପ୍ରଶ୍ନ ବାଚି ? ତେବେ କାହା ସହୋଯୋଗ ରେ ସେ ଏହି ନକଲି ବାସିନ୍ଦା ପ୍ରମାଣ ପତ୍ର କିପରି ତିଆରି କରି ମାଲକାନଗିରି ଜିଲ୍ଲା ରେ ସରକାରୀ ଚାକିରୀ କରି ଆସୁଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ। ଏହି ଘଟଣା ପଦାକୁ ଆସିବ ପରେ ସ୍ବାସ୍ଥ୍ୟ ବିଭାଗ ରେ ଆହୁରି ଅନେକ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ଚର୍ଚ୍ଚା ଜୋର ଧରିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page