
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର। ଗତକାଲି ମାଓ ପ୍ରବଣ ଅଞ୍ଚଳରେ ଡିଆରଜି ଯବାନ ମାନେ କୁମିଂ ଅପରେସନ ଯାଇଥିବା ବେଳେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ଅପରେସନ ସମୟରେ ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିବାରୁ ଯବାନ ଯବାନ ଆହାତ ହୋଇଥିଲେ।ଆହତ ଡିଆରଜି ଯବାନଙ୍କୁ ପ୍ରଥମେ ନାରାୟଣପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ରାୟପୁର ସ୍ଥାନାନ୍ତର କରାଯାଇଛି । ନାରାୟଣପୁର ଜିଲ୍ଲାର ତୋୟମେଟା ଏବଂ କୱାନାର ମଧ୍ୟବର୍ତ୍ତୀ ଜଙ୍ଗଲ ରାସ୍ତାରେ ଘଟିଛି ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ। ଘଟଣାକୁ ନାରାୟଣପୁର ପୁଲିସ ସୁନିଶ୍ଚିତ କରିଛି।