ରାସ୍ତାରେ କାର୍ଯ୍ୟ ସାମଗ୍ରୀ ପଡି ରହିବା ସହ ସତର୍କ ସଂକେତକୁ ଭୁଲି ଯାଇଛି ଠିକା ସଂସ୍ଥା, ପଚାରିଲେ ଦୁର୍ବ୍ୟବହାର କରୁଛନ୍ତି କର୍ମଚାରୀ, ଅଧିକାରୀ କହିଲେ ହେବ କାର୍ଯ୍ୟନୁଷ୍ଠାନ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ସଦର ମହକୁମାରେ ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତାର ଉଭୟ ପର୍ଶ୍ୱରେ ଚାଲିଥିବା ଫେବର ବ୍ଲକ କାର୍ଯ୍ୟ ଦୀର୍ଘ ମାସ ଧରି ଶେଷ ହେବାର ନାମ ନେଉ ନଥିବା ବେଳେ କାର୍ଯ୍ୟ ମନ୍ଥର ଗତି ଓ ନିମ୍ନ ମାନର ଚାଲିଥିବା ଏବଂ କାର୍ଯ୍ୟ ନିମନ୍ତେ ସାମଗ୍ରୀ ଗୁଡିକ ମୁଖ୍ୟ ରାସ୍ତାର ଉପରେ ପଡିରହିଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ସମସ୍ତ ସାମଗ୍ରୀ ପଡି ରହିଥିବା ବେଳେ ଅଧା ରାସ୍ତାରେ ଯାତାୟତ ବାଧା ପ୍ରାପ୍ତ ହୋଇଛି। ସେହିପରି ଯାତାୟତରେ ଯାତ୍ରୀ ସମେତ ବହୁ ଜାନ ବାହାନ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏପରିକି ଅନେକ ସମୟରେ ରାସ୍ତା ଉପରେ ପଦଦି ରହିଥିବା ନିର୍ମାଣ ସାମଗ୍ରୀ ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏନେଇ ଅଞ୍ଚଳରେ ଜନ ଅଶୋନ୍ତୋଷ ବଢିବାରେ ଲାଗିଛି। ସୂଚନା ଥାଉକି ମାଲକାନଗିରି ଜିଲ୍ଲା ମହକୁମା ଠାରୁ ବାଲିମେଳା ସମେତ ପଡୋଶୀ ରାଜ୍ୟ ଆନ୍ଦ୍ରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହୋଇଥିବା ଫଳରେ ପ୍ରତେକ ଦିନ ବହୁ ଭାରିଜନ ବହନ ଉକ୍ତ ରାସ୍ତାଦେଇ ଯାତାୟାତ କରିଥିଆନ୍ତି। ହେଲେ ଏହି ରାସ୍ତାରେ ପ୍ରାୟ ୧୮୦୦ମିଟର ଫେବର ବ୍ଲକ କାର୍ଯ୍ୟ ହେଉଥିବା ବେଳେ ଦୀର୍ଘ ଚାରିମାସରୁ ଉର୍ଦ୍ଧ ସମୟ ଲାଗିଥିଲେ ମଧ୍ୟ କାର୍ଯ୍ୟର ମନ୍ଥର ଗତି ନିମନ୍ତେ ସରିବାର ନା ନେଉଆ ନାହି। ଅପର ପକ୍ଷରେ ରାସ୍ତାର ଅଧାରୁ ଅଧିକ ସ୍ଥାନରେ କାର୍ଯ୍ୟ ସାମଗ୍ରୀ ରଖାଯାଇଥିଲେ ମଧ୍ୟ ଠିକାଦାରଙ୍କ ପକ୍ଷରୁ କୌଣସି ସୁରକ୍ଷା ପାଚେରି କିମ୍ବା କୌଣସି ସଙ୍କେତ ଦିଆଯାଇନଥିବା କାରଣରୁ ବହୁ ଚାଳକ ଆସୁବିଧାର ସମୁଖୀନ ହେଉଥିବା କହିଛନ୍ତି। ଏପରିକି ଆଜି ମାଲକାନଗିରିରୁ ବାଲିମେଳାକୁ ସଂଯୋଗ କରୁଥିବା ରାସ୍ତା କଡରେ ରସ୍ତ ପ୍ରଶସ୍ତିକରଣ ପାଇଁ ମାଟି ପକା ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ ରାସ୍ତାକୁ ଅବରୋଧ କରି ଟ୍ରାକ୍ଟର ଗୁଡିକ ମାଟି ପକାଉଥିବା ବେଳେ ଯାତଯାତ କରୁଥିବା ଲୋକେ ଏହାର ବିରୋଧ କଲେ ସେମାନଙ୍କୁ ଠିକା ସଂସ୍ଥା ଦ୍ଵାରା ଦୁର୍ବ୍ୟବାହାର କରାଯାଉଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟକୁ ବିଏମଏସ ଠିକ ସଂସ୍ଥା କରୁଥିବା ବେଳେ ଠିକ ସଂସ୍ଥାର କର୍ମଚାରୀ ଓ ମାଲିକ ସମସ୍ତେ ଖାମ ଖିଆଲି ଭାବେ କାର୍ଯ୍ୟ କରୁଥିବା ଓ ଲୋକଙ୍କୁ ବ୍ୟବାହର କରୁଥିବା ଅଭିଯୋଗ ହୋଇଛି। ଏନେଇ ଆମେ ଆରଆଣ୍ଡବି ବିଭାଗର ମୁଖ୍ୟ ନିର୍ବାହୀ ଜନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ତୁରନ୍ତ ଏନେଇ ଉକ୍ତ ଠିକ ସଂସ୍ଥାକୁ ନୋଟିସ କରିବା ସହ କାର୍ଯ୍ୟର ମାନ ଯାଞ୍ଚ ଏବଂ ରାସ୍ତା ଅବରୋଧକୁ ହଟାଇବାକୁ ନିର୍ଦେସ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page