ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶିବଦତ୍ତ।

ମାଲକାନଗିରି:ନିରଞ୍ଜନ ମଲ୍ଲ (କ୍ରୋନିକ ଓଡ଼ିଶା)ଉତ୍କଳ ସାମ୍ବାଦିକ ସଂଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ବୈଠକରେ ଜିଲ୍ଲା ସଭାପତି ଅଶୋକ ମିଶ୍ର ସଭାପତିତ୍ଵ କରିଥିବା ବେଳେ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଶ୍ରୀନିବାସ ପାତ୍ର, କୋଷାଧକ୍ଷ ହୃଷୀକେଶ ଶେଠୀ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୃସିଂହ ଚରଣ ମହାନ୍ତି, ଯୁଗ୍ମ ସମ୍ପାଦକ ଭଗବାନ ସାହୁ, ଅଫିସ ସମ୍ପାଦକ ଅପୂର୍ବ ଥଣ୍ଡର ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବ୍ଲକ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସଂଘର ବରିଷ୍ଠ ସଦସ୍ୟ ଶିବଦତ୍ତ ସାହୁଙ୍କୁ ସର୍ବ ସମ୍ମତି କ୍ରମେ ଜିଲ୍ଲାର ନୂତନ ଯୁଗ୍ମ ସମ୍ପାଦକ ଭାବେ ଦାଇତ୍ଵ ପ୍ରଦାନ କରଗଲା। ଆଜିର ବୈଠକରେ ସଂଘର ନବ ନିର୍ବାଚିତ ପଦାଧିକାରୀ ମାନେ ସଂଘର ବିକାଶ ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିବା ବେଳେ ଯଥା ଶୀଘ୍ର ସଂଘର ନିଜସ୍ଵ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ସେହିପରି ମେ ମାସ ୧ ତାରିଖରୁ ଦ୍ଵିମାସିକ ବୈଠକ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇ ପ୍ରଥମ ବୈଠକ ମାଥିଲି ବ୍ଲକରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସଂଘର ସମସ୍ତ ସଦସ୍ୟ କର୍ପସ ଫଣ୍ଡ ଗଠନ ପାଇଁ ମାସିକ ଦେୟ ଦେବାକୁ ସହମତି ପ୍ରକାଶ କରିଛନ୍ତି। ବିଶେଷକରୀ ସଂଘ ପକ୍ଷରୁ ପୂର୍ବରୁ ହୋଇ ଆସୁଥିବା ସମାଜ ସେବା ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ଵାରୋପ କରଯାଇଥିଲା। ଏହି ବୈଠକକୁ ବରିଷ୍ଠ ସଦସ୍ୟ ଭଗବାନ ସାହୁ ସୂଚାରୁରୂପେ ପରିଚାଳନା କରିଥିବା ବେଳେ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସାଙ୍ଗ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page