
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସଭାପତି ଦିଲ୍ଲିପ କୁମାର ଓଝାଙ୍କ ସଭାପତିତ୍ବରେ ବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ , ସ୍ବତନ୍ତ୍ର ଅତିଥି ଭାବେ ବାଲିମେଳା ନଗରପାଳକ ପ୍ରଦିପ କୁମାର ନାୟକ, ମୁଖ୍ୟବକ୍ତା ଭାବେ ବିଜୟାନନ୍ଦ ଦାଶ, ସମ୍ମାନିତ ଅତିଥି ଭାବେ ଓଏଚପିସି ପରିଚାଳକ ଜ୍ୟୋର୍ତିମୟ ଦାସ, କାଉନସିଲର ଦେବେନ୍ଦ୍ର କୁମାର ଦାସ, ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସମ୍ପାଦକ ନିରଞ୍ଜନ ମଲ୍ଲ, ଅଧ୍ୟକ୍ଷା ମମିତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ କରୁଣାମୟୀ ମା ଏବଂ ପରମପ୍ରଭୁ ଶ୍ରୀଅରବିନ୍ଦଙ୍କ ଫଟୋ ଚିତ୍ରରେ ଧୂପପୂଷ୍ପ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ନୃତ୍ୟ ଗୀତରେ ମଞ୍ଚାସୀନ ଅତିଥି ଏବଂ ସମ୍ମୁଖରେ ଥିବା ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ଶତପଥୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ପ୍ରଭାତ ନଳିନୀ ବେହେରା, ସଦସ୍ୟ ବସନ୍ତ କୁମାର ରଣା , ସୁପ୍ରିୟ କୁମାର ନାଥ , ସତ୍ୟ ନାରାୟଣ ରଣା , ହେମନ୍ତ ମହାପାତ୍ର ଏବଂ ସଚ୍ଚିକାନ୍ତ ରଣା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ।