ଜୀବନ ନେଉଛି ସ୍କୁଲ ଛାତ୍ରଛାତ୍ରୀଙ୍କ ବାଇକ ନିଶା।

କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ବାଇକ ଦୃଘଟଣା।ଦୃଘଟଣାରେ ଯାଉଛି ନିରୀହ ନାବାଳକ ଛାତ୍ରଛାତ୍ରୀଙ୍କ ଜୀବନ।ଦିନକୁ ଦିନ ରାଜ୍ୟ ମୋଟର ଜାନ ଆଇନ ଯେତେ କଡ଼ା କଡ଼ି ହେଉଛି, ଦିନକୁ ଦିନ ସେତିକି ବେପରୁଆ ବାଇକ ଚାଳକ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ସବୁ ଦେଖି ନୀରବ ଦୃଷ୍ଟା କାହିଁକୀ ବୋଲି ସର୍ବ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ। ଆର,ଟି,ଓ ଏମ,ଭି,ଆଇ ଏବଂ ପୋଲିସ୍ ବିଭାଗ ଚିର ନିଦ୍ରାରେ ଥିବାର ଦେଖିବାକୁ ମିଳୁଛି। ଲାଇସେନ୍ସ ଏବଂ ହେଲମେଟ ଯାଞ୍ଚ ଆଳରେ ବିଭିନ୍ନ ସମୟରେ ପୁଲିସ ଦ୍ୱାରା ନୀରିହ ଲୋକଙ୍କୁ ଆର୍ଥିକ ଶୋଷଣ ଏବଂ ପ୍ରତାରିତ କରାଯାଉଥିବା ଅଭିଯୋଗ ବାରମ୍ବାର ଆସୁଛି। ଏନେଇ ବରିଷ୍ଠ ଅଧିକାରୀ ମାନେ ଦୃଷ୍ଟି ଦେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।କହିବାକୁ ଗଲେ ପୁଲିସ ପ୍ରଶାସନର ଢିଲାପଣ ପାଇଁ ମାଲକାନଗିରି ଜିଲ୍ଲାରେ ବହୁ ସଂଖ୍ୟାରେ ରୋଡ଼ ଦୃଘଟଣା ଘଟୁଥିବା ଅଭିଯୋଗ ହୋଇଛି।କାହିଁକିନାଁ ବିନା ଲାଇସେନ୍ସରେ ୧୫/୧୬ ବର୍ଷର ପିଲାଙ୍କ ହାତର ବାଇକ୍ ଆସୁଛି କିପରି.? ଯଦି  ଆସୁଛି ତା’ହେଲେ ପୁଲିସ କରୁଛି କ’ଣ.?ନାବାଳକ ମାନେ ସ୍ପିଡ଼ ଚଳାଇବା ଏବଂ ଗୋଟିଏ ବାଇକରେ ଏକାଧିକ ସବାରି ବସିବା ଏବଂ ଅନେକ ନିଶା ଶକ୍ତ ରହି ଗାଡି ଚଳାଇବା ବେଳେ ଏଭଳି ଦୃଘଟଣାର ଚିତ୍ର ଅଧିକରୁ ଅଧିକ ସାମ୍ନାକୁ ଆସୁଛି। ବୁଦ୍ଧିଯିବି ମହଲରେ ଏଥିପ୍ରତି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ଅବହେଳା ଯୋଗୁଁ ଘଟୁଛି ବୋଲି କୁହାଯାଉଛି। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବେଳେ ଏମିତି କିଛି ଦୁର୍ଘଟଣାରେ ନାବାଳକ ମାନଙ୍କ ଜୀବନ ଚାଲିଯାଇଥିବା ନଜୀର ରହିଛି।ମାଲକାନଗିରି ଜିଲ୍ଲାରେ ବାରମ୍ବାର ଦୃଘଟଣାରେ ନିରୀହ ପିଲାମାନଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି କିନ୍ତୁ ପିଲାମାନଙ୍କ ମା ବାପା ମାନଙ୍କ ଅଣଦେଖା ଲାଗି ବିଭିନ୍ନ ସମୟରେ ଏଭଳି ଦୁଃଖଦ ଦୃଘଟଣା ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ନିୟମକୁ ଉଲଂଘନ କରୁଥିବା ପିଲା ମାନଙ୍କ ପାଇଁ କଡ଼ା ନିୟମ ନକଲେ ଆଗକୁ ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦ ପୂର୍ଣ୍ଣ ରହିବ ବୋଲି ଆଶଙ୍କା କରାଯାଉଛି।

  • Related Posts

    ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

    ସରକାରୀ ବାଡ଼ ଯେବେ ଖାଏ ସରକାରୀ ଫସଲ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସରକାରୀ ପମ୍ପ ହାଉସ ପରିସର ମଧ୍ୟରୁ ପଣସ ବିକ୍ରି କରିବା ନେଇ ଅଭିଯୋଗ ହୋଇଛି। ପମ୍ପ ହାଉସରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ଏଭଳି ସଂଙ୍ଗିନ ଅଭିଯୋଗ ଆସିଛି।ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…

    Leave a Reply

    Your email address will not be published. Required fields are marked *

    You cannot copy content of this page