କୁଡୁମୁଲୁଗୁମ୍ମାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ବତନ୍ତ୍ର ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ଜିଲ୍ଲା ପ୍ରାଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ୍ , ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଈ, ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ନରେଶ ଚନ୍ଦ୍ର ଶବର , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ପ୍ରମୁଖ ଉପସ୍ଥିତ ରହି ୭୧ ଗୋଟି ଅଭିଯୋଗର ଶୁଣାଣୀ କରିଥିଲେ । ଉକ୍ତ ଅଭିଯୋଗ ଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା ଆବାଶିକ ଗୃହ ଯୋଗାଇବା, ରାସ୍ତା ଘାଟର ମରାମତି/ ନିର୍ମାଣ ସମ୍ବନ୍ଧୀୟ, ପାଇପଲାଇନ ଜଳ ଯୋଗାଣ, ଓରିଙ୍ଗି ଘାଟି ରାସ୍ତା କାର୍ଯ୍ୟ ପ୍ରଶସ୍ତିକରଣ, କୁଡୁମୁଲୁଗୁମ୍ମା ଠାରୁ ବିଙ୍ଗୁଗୁଡା ଆରଡ଼ି ରାସ୍ତା ନିର୍ମାଣ, ନୃସିଂହ ମନ୍ଦିର ରାସ୍ତାକୁ ପକ୍କା କଂକ୍ରିଟ ରାସ୍ତା ଓ ଦୁଇ ଜଣ ୮୦% ରୁ ଉର୍ଦ୍ଧ ଭିନ୍ନକ୍ଷମଙ୍କୁ ସରକାରୀ ସହାୟତା ପ୍ରଦାନ ସମ୍ବନ୍ଧରେ ଅଭିଯୋଗ ଶୁଣାଣୀ ହୋଇଥିଲା। ଜିଲ୍ଲାପାଳ ତୁରନ୍ତ ଉକ୍ତ ଅଭିଯୋଗ ଗୁଡିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ଦୃଷ୍ଟି ଗୋଚର କରିବା ସହିତ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଦୁଇଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଦୁଇଟି ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଉକ୍ତ ଶିବିରକୁ କୁଡୁମୁଲୁଗୁମ୍ମା ତହସିଲଦାର କ୍ରିଷ୍ଣା ଚନ୍ଦ୍ର ଦାସଙ୍କ ଦ୍ବାରା ଆୟୋଜିତ କରାଯାଇଥିଲା। ଯେଉଁଥିରେ ପ୍ରାୟ ସବୁ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ କୁଡୁମୁଲୁଗୁମ୍ମା ଓ ପରକନମାଳା ଗ୍ରାମ ପଞ୍ଚାୟତର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page