୨୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏଏସପି ୟୁଲାନଦନ ୟର୍କ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଆଜି ୨୨ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ଆତ୍ମସମର୍ପିତ ନକ୍ସଲମାନେ ଛତିଶଗଡ ରାଜ୍ୟର ନକ୍ସଲ ପୂନର୍ବାସ ଏବଂ ଥଇଥାନ ନୀତିର ବହୁଳ ପ୍ରଚାର ପ୍ରଚାରରେ ଆକର୍ଷିତ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି।ଅନ୍ୟ ପକ୍ଷରେ ପୁଲିସ ଓ ସୁରକ୍ଷାବାହିନୀର ନକ୍ସଲ ବିରୋଧୀ ଅଭିଯାନର ବାରମ୍ବାର ଚାପରେ ଭୟଭୀତ ହେବା ସହ ନକ୍ସଲ ସଂଗଠନରେ ବଢୁଥିବା ଭେଦଭାବ , ନିର୍ଯାତନାରେ ଅତିଷ୍ଠ ହୋଇ ନକ୍ସଲ ସଂଗଠନର ହାତ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପରିବାର ସହ ସୁଖ ଶାନ୍ତିରେ ଜୀବନଯାପନ କରିବା ଉଦ୍ଧେଶ୍ୟରେ ଆତ୍ମସମର୍ପଣ କରିଛନ୍ତି ବୋଲି ଆତ୍ମସମର୍ପିତ ନକ୍ସଲମାନେ କହିଛନ୍ତି। ଯେଉଁଥିରେ ୧୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ ଥିବା ୬ ନକ୍ସଲ ମଧ୍ୟ ସାମିଲ ଅଛନ୍ତି।ପାଞ୍ଚ ନକ୍ସଲଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ଥିବାବେଳେ ଅନ୍ୟ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା। ତେବେ ଛତିଶଗଡ ରାଜ୍ୟର ନକ୍ସଲ ବିରୋଧୀ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୧୦୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ୧୪୩ ଜଣ ନକ୍ସଲଙ୍କୁ ପୁଲିସ ଏବଂ ସୁରକ୍ଷାବାହିନୀ ଦ୍ବାରା ଗିରଫ କରାଯାଇଛି।ଏହା ସହିତ ରାଜ୍ୟର ଭିନ୍ନ ଭିନ୍ନ ମାଓ ପ୍ରବଣ ଅଞ୍ଚଳ ଏନକାଉଣ୍ଟରରେ ୮୨ ଜଣ ନକ୍ସଲ ଏବେ ସୁଦ୍ଧା ନିହତ ହୋଇଛନ୍ତି। ସୁରକ୍ଷାବାହିନୀ ଦ୍ବାରା ନକ୍ସଲ ବିରୋଧୀ ଅପରେସନର ବର୍ଦ୍ଧିତ ଚାପ ଏବଂ ରାଜ୍ୟ ସରକାରଙ୍କ ନକ୍ସଲ ପୁନର୍ବାସ ଏବଂ ଥଇଥାନ ନୀତିରେ ଆକର୍ଷିତ ହୋଇ ଏହି ନକ୍ସଲ ମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତ ମଧ୍ୟରେ ଡିଭିଜନ ପାର୍ଟି ସଦସ୍ୟ, ତେଲେଙ୍ଗାନା ରାଜ୍ୟ କମିଟି, ପ୍ଲାଟୁନ ନମ୍ବର ୦୯, ୧୦, ଗଙ୍ଗାଲୋର ଏରିଆ କମିଟିର ହିରାମଗୁଡ଼ା ଆରପିସି, ପାମେଡ ଏରିଆ କମିଟି ଆରପିସି କୋଣ୍ଡାପାଲିର ସଦସ୍ୟମାନେ ଅନ୍ତର୍ଭୁକ୍ତ ଅଛନ୍ତି।ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପ୍ରତ୍ୟେକଙ୍କୁ ୨୫,୦୦୦ ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ପରେ ଆତ୍ମସମର୍ପିତ ସମସ୍ତ ନକ୍ସଲଙ୍କୁ ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁସାରେ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page