ସଡକ ମଝିରୁ ୫ କେଜିର ଆଇଇଡି ଜବତ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା କୋଣ୍ଟା ଥାନା ଅଞ୍ଚଳ ଅନ୍ତର୍ଗତ କୋଣ୍ଟା-ଗୋଲ୍ଲାପାଲି ରାସ୍ତାରେ ବନ୍ଦା ଗ୍ରାମ ନିକଟରେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ନକ୍ସଲମାନେ ଖଞ୍ଜିଥିବା ୫ କେଜିର ଆଇଇଡିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଯବାନଙ୍କ ଦ୍ଵାରା ନିଷ୍କ୍ରିୟ କରାଯାଇଛି।ସୁରକ୍ଷା ବାହିନୀକୁ ଜଣେ ସୂଚନାଦାତାଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ମାଇନିଂ ଅପରେଶନ କରାଯାଇଥିଲା। ସିଆରପିଏଫ ୨୨୮ ବାଟାଲିୟନ ଏବଂ ଜିଲ୍ଲା ପୋଲିସର ଏକ ମିଳିତ ଦଳ ମାଇନିଙ୍ଗ ଅପରେସନ ବେଳେ ଗୁରୁବାର ଦିନ ୫ କିଲୋ IED ଜବତ କରିଛି। ଏନେଇ କୋଣ୍ଟା ଥାନାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ସୁରକ୍ଷା ବାହିନୀର ସତର୍କତା ଏବଂ ତତ୍ପର ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଗଲା। ଯବାନଙ୍କ ଦ୍ଵାରା ନକ୍ସଲଙ୍କ ମନ୍ଦ ଉଦ୍ଦେଶ୍ୟ ପଣ୍ଡ ହୋଇଯାଇଛି। ନକ୍ସଲ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ବନ୍ଦ କରିବା ନିମନ୍ତେ ଯେକୌଣସି ସନ୍ଦିଗ୍ଧ ବସ୍ତୁ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ପୁଲିସ କିମ୍ବା ସୁରକ୍ଷାବାହିନୀଙ୍କୁ ସୂଚନା ଦେବାକୁ ପୋଲିସ ପ୍ରଶାସନ ମାଓ ପ୍ରବଣ ଅଞ୍ଚଳର ଲୋକମାନଙ୍କୁ ନିବେଦନ କରିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page