ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଅନ୍ୟତ୍ର ବିବାହ କରିବା ଅଭିଯୋଗରେ ବନ୍ଧା ହେଲେ ଆୟୁଷ ଡାକ୍ତର।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଅନ୍ୟତ୍ର ବିବାହ ଅଭିଯୋଗରେ ବନ୍ଧା ହେଲେ ଆୟୁସ୍ ଡାକ୍ତର। ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ଆୟୂଷ ଡାକ୍ତର ଅମିତ କୁମାର ସାହୁ(୩୧) ସ୍ଥାନୀୟ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଯୁବତୀ ସହିତ ଦୀର୍ଘ ବର୍ଷ ଧରି ଶାରୀରିକ ସଂପର୍କ ରଖି ଆସୁଥିଲେ।ଏହା ମଧ୍ୟରେ ଡାକ୍ତରଙ୍କ ନିଜ ଗାଁ ନିକଟକୁ ବଦଳି ହୋଇଥିଲା।ସେଠାରେ ଅନ୍ୟ ଏକ ଯୁବତୀକୁ ବିବାହ କରିଥିବା ଖବର ପାଇ ଯୁବତୀ ଜଣଙ୍କ ଡାକ୍ତରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ। ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।ପୁଲିସ ଟିମ ସମ୍ବଲପୁର ଯାଇ ଡାକ୍ତରଙ୍କୁ ଗିରଫ କରି ମାଲକାନଗିରିକୁ ଆଣିଥିଲେ। ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ୨୦୧୯ ମସିହାରେ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ ଥିବା ସମ୍ବଲପୁର ଜିଲ୍ଲା ଜମନକିରା ଗ୍ରାମର ଅମିତ କୁମାର ସାହୁ ଅଞ୍ଚଳର ଜଣେ ଯୁବତୀ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ଥାନରେ ଅନେକ ଥର ଅମିତ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବାରମ୍ବାର ବିବାହ ପାଇଁ କହିଥିଲେ ମଧ୍ୟ ଅମିତ ବହୁବାର ଅପେକ୍ଷା କରିବାକୁ କହିଥିଲେ।ଏହା ଭିତରେ ଅମିତ ମାଲକାନଗିରି ଜିଲ୍ଲାରୁ ସମ୍ବଲପୁର ଜିଲ୍ଲାକୁ ବଦଳି ହୋଇ ଚାଲି ଯାଇଥିଲେ।ଅମିତ ଙ୍କ ବଦଳି ହୋଇଥିବା ଜାଣିପାରି ଉକ୍ତ ଯୁବତୀ ଜଣଙ୍କ ବାରମ୍ବାର ଅମିତଙ୍କୁ ଯୋଗାଯୋଗ କରି ବିବାହ ପାଇଁ ଅନୁରୋଧ କରିଥିବା ବେଳେ ଅଭିଯୁକ୍ତ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ତେବେ ଏହାରି ମଧ୍ୟରେ ଅଭିଯୁକ୍ତ ଅମିତ ପୁଣି ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ଠାରେ ପୋଷ୍ଟିଂ ପାଇଥିବା ଜାଣି ଗତ ୨୭.୧୦.୨୦୨୪ରେ ଯୁବତୀ ଜଣଙ୍କ ଅମିତଙ୍କ ସରକାରୀ କାର୍ଯ୍ୟାଳୟକୁ ଯାଇ ବିବାହ ପାଇଁ ଅନୁରୋଧ କରିଥିଲେ। ସେଠାରେ ମଧ୍ୟ ଅଭିଯୁକ୍ତ ଅମିତ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ଗତ ୩୦.୧୦.୨୦୨୪ରେ ଅଭିଯୁକ୍ତ ଜଣକ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ମଥାରେ ସିନ୍ଦୁର ଲଗାଇଥିଲେ ଏବଂ ଯୁବତୀଙ୍କ ଅଜାଣତରେ ନିଜର ବଦଳି କରି ଅନ୍ୟତ୍ର ଚାଲି ଯାଇଥିଲେ। ଅନ୍ୟ ସ୍ଥାନକୁ ଯାଇ ଅମିତ ନିଜରର ସମସ୍ତ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ ଏବଂ ପୀଡିତାଙ୍କ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରି ଦେଇଥିଲେ। ତେବେ ଅମିତ ଗତ ୧୭.୦୨.୨୦୨୫ରେ ନିଜ ଗ୍ରାମରେ ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ କରିଥିଲେ। ପୀଡତା ଯୁବତୀ ଏହା ଜାଣି ପାରି ମାଲକାନଗିରି ଥାନାର ଦ୍ଵାରସ୍ଥ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅମିତ କୁମାର ସାହୁଙ୍କୁ ତାଙ୍କ ଗ୍ରାମ ସମ୍ବଲପୁର ଜିଲ୍ଲା ଜମନକିରାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ମାଲକାନଗିରି ଥାନାଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି। ତେବେ ଅମିତଙ୍କ ନାମରେ ଏହା ପ୍ରଥମ ଅଭିଯୋଗ ନୁହେ, ପୂର୍ବରୁ ମଧ୍ୟ ସେ ଅନ୍ୟ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ତାଙ୍କୁ ହତ୍ୟା କରିଥିବା ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।ଏବେ ବାକି ରହିଲା ଯେ ପିଡିତା ଯୁବତୀଙ୍କୁ କେବେ ଏବଂ କିଭଳି ନ୍ୟାୟ ମିଳୁଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page