ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ପ୍ରସାଶନ ଓ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ମିଳିତ ସହଯୋଗରେ ପଡିଆ ବ୍ଲକ ପରିସର, ହାଟ ପଦା ଓ କଲେଜ ପରିସରରେ ସଫେଇ କରାଯାଇଛି। ପ୍ରଥମେ ପଡିଆ ବ୍ଲକ ପରିସରରୁ ଏକ ସ୍ଵତନ୍ତ୍ର ରାଲି ଯୋଗେ ହାଟ ପଦା ହୋଇ ପୁଣି ବ୍ଲକ ପରିସରକୁ ଫେରିଥିଲେ। ଏହି ସମୟରେ ବ୍ଲକ କର୍ମଚାରୀ, ସ୍ଥାନୀୟ ନେତୃବୃନ୍ଦ ଓ ମହିଳା ମାନେ ବ୍ଲକ ପରିସର ଓ ହାଟ ପଦା କୁ ସଫେଇ କରିଥିଲେ। ସଫେଇ କରାଯିବା ପରେ ସେହି ସ୍ଥାନରେ ବୃକ୍ଷ ରୋପଣ କରାଯାଇ ସର୍ବଦା ଏହି ସ୍ଥାନକୁ ପରିଷ୍କାର ରଖିବାକୁ କୁହାଯାଇଛି। ଏହାପରେ ଏକ ମାନବ ଶୃଙ୍ଖଳ କରାଯିବା ସହ ସ୍ଵଚ୍ଛତା ହିଁ ସେବା ଉପଲକ୍ଷେ ଏକ ଶପଥପାଠ କରାଯାଇଛି। ଏହି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଯିତ ବୈଠକରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ, ଏହାର ଆଭିମୁଖ୍ୟ ଓ ଲକ୍ଷ ବାବଦରେ ସବିଶେଷ ଆଲୋଚନା ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଏମଡି ଫାରୁକ୍, ଚୀନାମ ରାବିଡ଼ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଗ୍ରାମାଂଚଳର ସଫେଇ ନିମନ୍ତେ ଆଠଟି ପଞ୍ଚାୟତରେ ନିୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାନ ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ଆଇଜିଡି ଏନଜିଓର ଗୋବିନ୍ଦ ସର୍ଦାର, ଝିଲି ସିଲ୍, ପ୍ରଶାନ୍ତ ସାହୁ, ଅଭୟ ମଣ୍ଡଲ ଓ ପୂଜା ଚତ୍ରବର୍ତ୍ତୀ ପ୍ରମୂଖ ଉପସ୍ଥିତ ଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…