ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ ବିଜାପୁର ଡିଆରଜି ଏବଂ ବିଡିଏସର ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନରେ ଗୋରନା , ମନକେଲି ଏବଂ ଇଶୁଲନାର ଅଭିମୁଖେ ବାହାରିଥିଲେ। ଗୋରନା, ମନକେଲି ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବଂ ଡି-ମାଇନିଙ୍ଗ ବେଳେ ୫/୫ କିଗ୍ରାର ତିନିଟା ଆଇଇଡି ବିଜାପୁର ବିଡ଼ିଏସ ଦ୍ବାରା ଉଦ୍ଧାର କରାଯାଇଥିଲା।ନକ୍ସଲମାନେ ଆଇଇଡି ଗୁଡିକକୁ କଚ୍ଚା ରାସ୍ତାରେ ଖଞ୍ଜିଥିଲେ।ଉଦ୍ଧାର ସମସ୍ତ ଆଇଇଡିରେ ନକ୍ସଲଙ୍କ ଦ୍ୱାରା ପ୍ରେସର ସୁଇଚ୍ ସିଷ୍ଟମ୍ ସହିତ ଯୋଡ଼ା ଯାଇଥିଲା। ସେହିପରି ଅନ୍ୟ ଅଳ୍ପ କିଛି ଦୂରରେ ନକ୍ସଲମାନେ ରାସ୍ତାରେ ଆଉ ଏକ ୧୦ କିଗ୍ରା ଆଇଇଡି ଲଗାଇଥିଲେ।ପ୍ରଥମ ଥର ପାଇଁ, ନକ୍ସଲମାନେ ୧୦ କିଗ୍ରା ଆଇଇଡି ସହିତ ଜୀବନ୍ତ ଏଚଇ ବୋମା ଯୋଡିଥିଲେ, ଯାହା ଅତ୍ୟନ୍ତ ଶକ୍ତିଶାଳୀ ବୋମା ଥିଲା।ଡିଆରଜି ଏବଂ ବିଜାପୁରର ବିଡିଏସ ଦଳ, ନକ୍ସଲଙ୍କ ହିନ ଯୋଜନାକୁ ଭଣ୍ଡୁର କରିଥିବା ବେଳେ ସତର୍କତାର ସହିତ ଚାରୋଟି ଆଇଇଡିକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଥିବା ଜଣାପଡିଛି।

  • Related Posts

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    ସୀମାନ୍ତରେ ଯବାନଙ୍କ ଦ୍ଵାରା ନିର୍ମିତ ସ୍ପାଇକ ହୋଲକୁ ଧ୍ୱଂସ କଲେ ଯବାନ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ଅଭୁଜମାଡ ଜଙ୍ଗଲରେ ତଲାସି ଅଭିଯାନ ବେଳେ ୧୦ରୁ ଅଧିକ ସ୍ପାଇକ ହୋଲକୁ ଠାବ କରି ଧ୍ଵଂସ କରିଛନ୍ତି ଯବାନ ମାନେ। ସୂଚନା ଅନୁଯାୟୀ ଅଭୁଜମାଡ ଜଙ୍ଗଲରେ ଗତ କିଛିଦିନ ପୂର୍ବେ ସି.ଆର୍‌.ପି.ଏଫ୍‌.,…

    Leave a Reply

    Your email address will not be published. Required fields are marked *

    You cannot copy content of this page