ସ୍ୱାମୀ ବିବେକାନନ୍ଦ କ୍ଳବର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ। ; ମନୋରଞ୍ଜନ ଟିମ ଚମ୍ପିୟାନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ସ୍ୱାମୀ ବିବେକାନନ୍ଦ କ୍ଳବ ପକ୍ଷରୁ କ୍ଲବ ପରିସରରେ ଗତ ତା -୨୬-୧୨-୨୪ରିଖରେ ଆରମ୍ଭ ହୋଇଥିବା ଭଲିବଲ ଟୁର୍ନାମେଣ୍ଟ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଅଛି।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ। ଏହି ଟୁର୍ନାମେଣ୍ଟରେ ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରୁ ମୋଟ ୧୬ ଗୋଟି ଦଳ ମଧ୍ୟରେ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ସେମାନଙ୍କ ମଧ୍ୟରୁ ବାଲିମେଳାର ମନୋରଞ୍ଜନ କ୍ଲବ ଓ ଗୋପବନ୍ଧୁ କ୍ଲବ ଟିମ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ଫାଇନାଲ ମ୍ୟାଚରେ ମନୋରଞ୍ଜନ ଟିମ ବିଜୟୀ ହୋଇଥିଲା। ମନୋରଞ୍ଜନ ଟିମ ଚମ୍ପିୟାନ ହେବା ପରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ତେବେ ଏହି ଟୁର୍ନାମେଣ୍ଟରେ ବିଜେତା ଟିମକୁ ୫ ହଜାର ଟଙ୍କା ଓ ରନର୍ସଅପ ହୋଇଥିବା ଗୋପବନ୍ଧୁ ଟିମକୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହିତ ଉଭୟଙ୍କୁ ସ୍ୱାମୀ ବିବେକାନନ୍ଦ କ୍ଲବ ପକ୍ଷରୁ ସିଲ ପ୍ରଦାନ କରାଯାଇଥିଲା। ସ୍ୱାମୀ ବିବେକାନନ୍ଦ କ୍ଲବର ସଭାପତି ଶିବଦତ୍ତ ସାହୁ, ସମ୍ପାଦକ ରାକେଶ ସିଂ, ସିମାଞ୍ଚଳ ପ୍ରଧାନ,ଗଣେଷ ହରିଜନ, ପ୍ରକାଶ ହରିଜନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଏହି ଟୁର୍ନାମେଣ୍ଟକୁ ପରିଚାଳନା କରିଥିଲେ। ଫାଇନାଲ ମ୍ୟାଚ ବେଳେ ସ୍ଥାନୀୟ ଅଞ୍ଚଳର ଯୁବ ଭଲିବଲ ପ୍ରେମୀ ସହ ଶତାଧିକ ଦର୍ଶକ ରୋମାଞ୍ଚକର ମ୍ୟାଚକୁ ଉପଭୋଗ କରିଥିଲେ।

  • Related Posts

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    ଅଣାୟତ୍ତ ମାଛ ଓ ମାଂସ ଦର : ଏନଏସି କତୃପକ୍ଷଙ୍କ ପକ୍ଷରୁ ତୁରନ୍ତ ଦୃଢ଼ ପଦକ୍ଷେପ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଦିନକୁ ଦିନ ମାଛ ମାଂସ ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାର ଦେଖିବାକୁ ମିଳିଛି।ଗତକାଲି ତଥା ୧-ଜାନୁଆରୀ ୨୦୨୫ ରିଖ ଠାରୁ ବାଲିମେଳା ସହର ସମେତ କୋରୁକୋଣ୍ଡା ସଦର ମହକୁମାରେ ବ୍ୟବସାୟ କରୁଥିବା କିଛି…

    Leave a Reply

    Your email address will not be published. Required fields are marked *

    You cannot copy content of this page