ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଅନୁମତି ନିଆଯାଇଥିଲା। ତେବେ ପୂଜାର ଦ୍ୱତୀୟ ଦିନରେ ପୂଜା ନାମରେ ଗ୍ରାମରେ ଗୁଣିଗାରେଡି ଚାଲିଛି ବୋଲି ଅଞ୍ଚଳର କିଛି ବୁଦ୍ଧିଜୀବୀ ଅଭିଯୋଗ କରି ଘଟଣା ସମ୍ପର୍କରେ ଥାନାକୁ ଖବର ଦେଇଥିଲେ। ସୂଚନା ପାଇ ଓରକେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏସଆଇ ମନୋହର ସାହୁ, ଏଏସଆଇ ଅଜିତ ଟାକରି ଏବଂ ଏସଆଇ ମିନାକ୍ଷୀ ଦାସଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଏକ ଠାକୁରଙ୍କ ଖଟୁଲିକୁ କିଛି ଲୋକ ଗ୍ରାମ ସାରା ସମସ୍ତଙ୍କ ଘର ଘର ବୁଲାଉଛନ୍ତି। ଏହା ସହିତ ସୁଦୂର ଛତିଶଗଡ଼ ରାଜ୍ୟ ଜଗଦଳପୁର ଅଞ୍ଚଳର କିଛି ପୂଜାରୀଙ୍କୁ ନେଇ ପୂଜାର୍ଚ୍ଚନା ଚାଲିଥିବା ଦେଖିଥିଲେ। ତେବେ ତାଙ୍କ ଗ୍ରାମରେ ଗତ ବର୍ଷ ଲଗାତାର ଭାବେ ଗାଁର କିଛି ଲୋକ ଏବଂ ଗୃହପାଳିତ ପଶୁ ମରୁଥିବା ହେତୁ ଏହି ଖଟୁଲି ଯୋଗେ ପୂଜାର୍ଚ୍ଚନା କରାଯାଇ କିଏ ଏହି ଗ୍ରାମରେ ଗୁଣିଗାରେଡି କରି ଏପରି କରୁଛି ବୋଲି ସନ୍ଧେହ କରି ଉକ୍ତ ଗ୍ରାମବାସୀ ଏହି ପୂଜାର୍ଚ୍ଚନା ଜାରୀ ରଖିଥିଲେ।ଗ୍ରାମର ୬୭ ବର୍ଷୀୟ ବୃଦ୍ଧା ବତୀ ଖିଲଙ୍କୁ ଚିହ୍ନଟ କରି ତାଙ୍କୁ ଡାହାଣୀର ଆଖ୍ୟା ଦେଇ ଗ୍ରାମରୁ ବିତାଡ଼ିତ କରୁଥିବା ପୋଲିସ ଦେଖିଥିଲେ। ଏହା ଦେଖି ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ୬ ଜଣ ପୂଜାରୀଙ୍କୁ ଗିରଫ କରି ଓର୍କେଲ ଥାନାକୁ ଆଣିଥିଲେ । ତାଙ୍କ ନିକଟରୁ ପୂଜାରେ ବ୍ୟବହାର କରୁଥିବା ଖଟୁଲିକୁ ଜବତ କରିବା ସହ ଏକ ଇନୋଭା କାରକୁ ମଧ୍ୟ ଜବତ କରି ଓର୍କେଲ ଥାନାକୁ ଅଣାଯାଇଥିଲା। ଆଜି ସେମାନଙ୍କ ନାମରେ କେସ ନଂ ୧୨/୨୫ ରେ ଏକ ମାମଲା ରୁଜୁ କରି ଅନ୍ଧବିଶ୍ୱାସ ଓ କଳାଜାଦୁର ବିଭିନ୍ନ ଦଫା ଲଗାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ । ଗିରଫ ୬ ଅଭିଯୁକ୍ତ ହେଲେ ଟିକେନ୍ଦ୍ର ଦେହାରି(୨୫), ଖିରେନ୍ଦ୍ର କୁମାର ନାଗ(୨୭), ରାମୁ ମାଣ୍ଡାଭି(୪୪), ଜଗନ୍ନାଥ ନାଗ(୨୨), କମୁଳୁରାମ ନାଗ(୨୩) ଏବଂ ମଙ୍ଗଟୁରାମ ବାଗେଲ(୪୦) ହୋଇଥିବା ବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାର କଟୱାଲି ଥାନା ଏବଂ ଦରଭା ଥାନାର ବୋଲି ଜଣାପଡିଛି । ଘଟଣାର ତଦନ୍ତ ଏସ ଆଇ ଅଜିତସିଂ ବରିହା କରୁଛନ୍ତି ବୋଲି ଥାନା ଅଧିକାରୀ ଧୀରେନ ପଟନାୟକ କହିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page