ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମାଆ ଘର ସୁରକ୍ଷା ସେନା ଜିଲ୍ଲା ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇଙ୍କ ନେତୃତ୍ୱରେ ମା ଘର ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ମହିଳା ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ମାଆ ଘର ସୁରକ୍ଷା ସେନାର ରାଜ୍ୟ ସଭାପତି ପ୍ରଭାକର ହନ୍ତାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମାଲକାନଗିରି ପୋୖର ପରିଷଦ ଉପାଧ୍ୟକ୍ଷା କାନିଟା ମହନ୍ତ ଏବଂ ସମାଜ ସେବୀ ସର୍ବ କୁମାର ବିଶୋଇ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ସଭାରେ ଗାନ୍ଧୀଜୀଙ୍କ ଜୀବନୀ ଓ ଦେଶକୁ ସ୍ବାଧିନତା ଆଣିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରାଗଲା।ଗାନ୍ଧିଜୀଙ୍କ ଅଂହିସା, ସତ୍ୟ ଓ ଶାନ୍ତି ମାର୍ଗରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ଆହ୍ଵାନ କରଯାଇଥିଲା । ସଭାରେ ଉପସ୍ଥିତ ସମସ୍ତ ମହିଳା ପୁରୁଷ ଙ୍କୁ ଓଡ଼ିଶାରେ ଏକ ନିଶାମୁକ୍ତ ଓ ହିଂସା ମୁକ୍ତ ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ହନ୍ତାଳ ଶପଥ ପାଠ କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ସଦସ୍ୟା ମାନେ ବି.ବି.ଗୁଡା ର ରୋଡ଼ ରାସ୍ତା ଓ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…