ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର କେନ୍ଦ୍ରାଗୁମ୍ଫା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ସରକାରଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖାରବେଳ ଜିଲା ଶିକ୍ଷକ ସଂଘ ସଭାପତି ନୀଳକଣ୍ଠ ବେହେରା ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବେ ଏବିଓ ମାଡା ମଡକାମୀ ଏବଂ ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ବେହେରା ଉପସ୍ଥିତ ରହିଥିଲେ।ଏହି ପରିପ୍ରେକ୍ଷିରେ ସମସ୍ତ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭାକୁ କିପରି ଭାବେ ଲୋକଲୋଚନକୁ ଆଣିବେ ଏବଂ ଦେଶରେ ଲୋକ କଳାକୁ ବଞ୍ଚାଇ ରଖିବା ସହିତ ଜିଲ୍ଲା ବାହାରେ ନିଜ ଲୋକ କଳାକୁ ପ୍ରଦର୍ଶିତ କରି ଜିଲାକୁ ଗୌରବାନ୍ବିତ କରିପାରିବେ ସେନେଇ ବୁଝାଇଥିଲେ। ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ୧୪ ଗୋଟି ବିଦ୍ୟାଳୟର ୧୬୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ଲୋକ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ଶେଷରେ ବିଭିନ୍ନ ପଞ୍ଚାୟତ ସ୍ତରୀୟ ହୋଇଥିବା “ସୁରଭି” କାର୍ଯ୍ୟକ୍ରମରେ ୭ ଗୋଟି ପ୍ରତି ଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଥିଲା ଯଥା ସର୍ବ କନିଷ୍ଠ ,କନିଷ୍ଠ,ବରିଷ୍ଠ ଭାବେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମୋଦ କୁମାର ଦାସ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନୀଳାକାମ୍ବେରୁ ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ଚିତାପରି ପ୍ରଧାନ ଶିକ୍ଷକ ରାମକୃଷ୍ଣ ପାଢି, ଅରବିନ୍ଦ ଜେନା, ବ୍ଲକ ଶିକ୍ଷକ ସଂଘ ସମ୍ପାଦକ , ସଭାପତି ସତ୍ୟନାରାୟଣ ଦେ ଡୁଡାମେଟା ସିଆରସିସୀ ଏବଂ ଏବିଓ ମାଡା ମଡକାମୀଙ୍କ ଉପସ୍ଥିତିରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ହାତୀଆମ୍ବ ଆଶ୍ରମ ବିଦ୍ୟାଳୟ ଏବଂ ପୋଟ୍ରେଲ ସେବାଶ୍ରମ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଲୋକ କଳା ପଦର୍ଶନୀ କରିଥିଲେ ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page