ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନାଗିରି ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଗତ ଆଠ ଦିନ ଧରି ଆତ୍ମସୁରକ୍ଷା ତାଲିମ୍ ଦିଆଯାଇଥିଲା।ବିଦ୍ୟାଳୟର ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଆତ୍ମସୁରକ୍ଷା ତାଲିମ୍ ପ୍ରାପ୍ତ ଛାତ୍ରୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ କରିଥିଲେ। ଏହି ସଭାରେ ଆତ୍ମ ସୁରକ୍ଷା ତାଲିମ୍ ଭାରପ୍ରାପ୍ତ ଅଧିକାରିଣୀ ନିକିତା ସିଂ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ମୁଖ୍ୟ ଅଧ୍ୟାପକ ପଦ୍ମନାଭ ପୁଆଲା। ସେ ଛାତ୍ରୀ ମାନଙ୍କୁ ସାହସୀ ହେବା ପାଇଁ ଉପଦେଶ ଦେବା ସହ କିପରି ସମାଜରେ ନିଜକୁ ସୁରକ୍ଷା ଦେବା ସହ ନିଜ ପାଇଁ ଲଢ଼େଇ କରିବାକୁ ପଡ଼ିବ ସେ ସମ୍ୱନ୍ଧରେ ବହୁ ତଥ୍ୟମୂଳକ କଥା କହିଛନ୍ତି।ଛାତ୍ରୀ ମାନେ ବର୍ତ୍ତମାନ ସମାଜରେ ବସବାସ କରୁଥିବା କପଟ, ଅସଭ୍ୟ ଲୋକମାନଙ୍କ ଠାରୁ ନିଜକୁ କିପରି ସୁରକ୍ଷା ପ୍ରଦାନ କରିବେ ସେ ସମ୍ୱନ୍ଧରେ ଭାଷଣ ପ୍ରଦାନ କରିଛନ୍ତି ଅଧ୍ୟାପକ ନରେନ୍ଦ୍ର ସୋଡି।ବିଦ୍ୟାଳୟର ଆତ୍ମ ସୁରକ୍ଷା ଭାରପ୍ରାପ୍ତ ଅଧିକାରିଣୀ ନିକିତା ସିଂ ଏହି ତାଲିମ୍ ଦ୍ଵାରା ଛାତ୍ରୀ ମାନଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉନ୍ନତି କାମନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇ ସଭାର ଶୋଭା ବଢେଇ ଥିଲେ।ସେମାନେ ଶିଖି ଥିବା ଆତ୍ମ ସୁରକ୍ଷା ତାଲିମ୍ କୁ ମଧ୍ଯ ପ୍ରଦର୍ଶନ କରି ଏହି ସଭାର ଉଦ୍ଧେଶ୍ୟ କୁ ସଫଳ କରିଛନ୍ତି। କେତେକ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଦ୍ଵାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ନିଜ ନିଜର ମତାମତ ପ୍ରଦାନ କରିଛନ୍ତି। ଆଗାମୀ ଭବିଷ୍ୟତରେ ସେମାନେ ଏଥିପ୍ରତି ଅଧିକ ଆଗ୍ରହୀ ହେବେ ବୋଲି ମତବ୍ୟକ୍ତ କରିଛନ୍ତି।ପରିଶେଷରେ ଅଧ୍ୟାପିକା ନିକିତା ସିଂ ଛାତ୍ରୀ ମାନଙ୍କୁ ଏବଂ ଉପସ୍ଥିତ ଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସହୃଦୟରୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଗୁରୁବାର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ସ୍ମୃତିରେ ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡା ଠାରେ ‘ଶହୀଦ ଦିବସ -୨୦୨୫ ‘ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତିରେ ଦୁଇ ମିନିଟ୍ର…