ଆଞ୍ଚଳିକ ପର୍ଯ୍ୟବେକ୍ଷକଙ୍କ ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟ ପରିଭ୍ରମଣ।

ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମଙ୍ଗଳବାର ଦିନ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରୁ ତିନି ଜଣିଆ ଆଞ୍ଚଳିକ ପର୍ଯ୍ୟବେକ୍ଷକ ଦଳ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ପରିଭ୍ରମଣରେ ଆସିଥିଲେ। ବିଶ୍ଵବିଦ୍ୟାଳୟର ସମନ୍ଵୟ ଅଧିକାରୀ ଶ୍ରୀଯୁକ୍ତ ମହେଶ୍ଵର ଦୁରିଆଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ ପ୍ରଫେସର କମଳ ଲୋଚନ ମଲ୍ଲିକ ଓ ଜ୍ଞାନ ରଞ୍ଜନ ମହାନ୍ତି ଏହି ପରିଭ୍ରମଣରେ ଆସି ମହାବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗରେ ତଦାରଖ କରି ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ଠାରୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସମୀକ୍ଷା କରିଥିଲେ। ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ବିବିଧ ଆଲୋଚନା କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ଉତ୍ତମ ଉପଦେଶ ଦେବା ସହ ପରୀକ୍ଷା ପରିଚାଳନା ଏବଂ ମହାବିଦ୍ୟାଳୟର ଆଗାମୀ ଭବିଷ୍ୟ ସମ୍ପର୍କରେ ସୂଚିତ କରିଥିଲେ। ଚିତ୍ରକୋଣ୍ଡା ପରି ଅଣଅଗ୍ରସର ଅଞ୍ଚଳରେ ଏହି ଡିଗ୍ରୀ କଲେଜର ସୁପରିଚାଳନାର ଦିଗଦର୍ଶନ ଦେବା ସହ କଲେଜର ପ୍ରତ୍ୟେକ ସଦସ୍ୟ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page