ମାଲକାନଗିରି, ନିରଞ୍ଜନ ମଲ୍ଲ (କ୍ରୋନିକ ଓଡ଼ିଶା)ଆଜି ନିଖିଳ ଓଡ଼ିଶା ଜିବୀକା ମିଶନ ଇସି ସଂଘ ମାଲକାନଗିରି ଜିଲ୍ଲା କମିଟି ର ସାଧାରଣ ବୈଠକ ମାଲକାନଗିରି ମିଶନ ଶକ୍ତି ହଲ୍ ଠାରେ ଜିଲ୍ଲା ସଭାପତି ରୀନା କବାସୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜୀବିକା ମିଶନ ଓ ମିଶନ ଶକ୍ତିର ତୃଣମୂଳ ସ୍ତରରେ ଆସିଥିବା ସଦସ୍ୟ ସ୍ଥାୟୀ ନିଯୁକ୍ତି ଦେବା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ଆଗାମୀ ଫେବୃଆରୀ ୪ ତାରିଖ ଦିନ ମାଲକାନଗିରି ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହ ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ।ସମାଜରେ ନାରୀ ସଶକ୍ତିକରଣ ଓ ଦାରିଦ୍ର୍ୟ ଦୂରୀକରଣର ସକଳ ଯୋଜନାର ସଫଳତାର ସହ ରୂପାୟନ ପାଇଁ ମିଶନ ଶକ୍ତି ଇସି ମହିଳା ମାନଙ୍କ ସମାଜ ପାଇଁ ପ୍ରମୁଖ ଅବଦାନ ରହିଛି। ସରକାର ଘୋଷଣା କରିଥିଲେ ମିଶନ ଶକ୍ତି ବନ୍ଦ ହେବ ନାହିଁ ବରଂ ଅଧିକ ଶକ୍ତିଶାଳୀ କରାଯିବ , କିନ୍ତୁ ଗତ ଜାନୁଆରୀ ୮ ତାରିଖରେ ଓଡ଼ିଶା ଜିବୀକା ମିଶନର ମିଶନ ନିର୍ଦ୍ଦେଶକ ତଥା ସିଇଓ ଜିଲ୍ଲାପାଳ ମାନଙ୍କୁ ଜିପିଏଲ୍ଏଫ୍ ଓ ସିଏଲ୍ଏଫ୍ ମାନଙ୍କ ର ସଭାପତି ଓ ସମ୍ପାଦକ ରିଷ୍ଟ୍ରକଚରିଙ୍ଗ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୀବ୍ର ବିରୋଧ କରିବା ପାଇଁ ରାଜ୍ୟ ବ୍ୟାପି ଆନ୍ଦୋଳନ ଜାରି ରହିଛି ଏବଂ ଏହି କ୍ରମରେ ଆସନ୍ତା ଫେବୃୟାରୀ ୪ ତାରିଖରେ ମାଲକାନଗିରି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ ପାଇଁ ସାଧାରଣ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ଆଜିର ସଭାକୁ କୋରାପୁଟ ଜିଲ୍ଲା ନେତ୍ରୀ ସଂଧ୍ୟା ରାଣୀ ମହାନ୍ତି, ଜୟନ୍ତୀ ପ୍ରଧାନ, ମିଥୁଳା ଶିଷା, ପୁର୍ଣିମା ସେଠୀ ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ଏଆଇଟିୟୁସି ମାଲକାନଗିରି ଜିଲ୍ଲା ସଂଗଠକ ଦୁର୍ଗା ମହାନନ୍ଦିଆ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଗୁରୁବାର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ସ୍ମୃତିରେ ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡା ଠାରେ ‘ଶହୀଦ ଦିବସ -୨୦୨୫ ‘ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତିରେ ଦୁଇ ମିନିଟ୍ର…