ସରକାରୀ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟ ଶିଖପାଲ୍ଲୀରେ ଦ୍ଵିତୀୟ ବାର୍ଷିକ ଉତ୍ସବ।

ମାଲକାନଗିରି,ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସରକାରୀ ଏସ ଏସଡି ବାଳିକା ଉଚ୍ଚବିଦ୍ୟାଳୟ ଶିଖପଲ୍ଲୀ ଠାରେ ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଅତିତିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେବା ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ସଭାପତିତ୍ୱ କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ଟାଙ୍ଗୁଲ ସହ ଅନ୍ୟାନ୍ୟ ସମ୍ମାନିତ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।ପ୍ରଧାନ ଶିକ୍ଷୟତ୍ରୀ ମନୋରମା ସ୍ୱାଇଁ ଆବାହକ ଭାବେ ଯୋଗ ଦେବା ସହ ଅନ୍ୟାନ୍ୟ ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ରୁପାଲି ରାଏ ,ସଂଯୁକ୍ତା ମହାନ୍ତି, ଜେ ରାଣୀ ଦୋରା, ଝରଣା ଶତପଥି, ସୋନାଲି ଦାସ,ଟୁଟୁ ମହାପାତ୍ର, ଆନନ୍ଦ ଦାସ ଓ ଯସ୍ମୀନ ସାମଲ ଉପସ୍ଥିତ ରହି କାଯ୍ୟକ୍ରମଟିକୁ ସୁଚାର ରୂପେ ପରିଚାଳନା କରିଥିଲେ।ଛାତ୍ର ଛାତ୍ରୀ ମାନେ ସମ୍ମାନିତ ଅତିଥି ମାନଙ୍କୁ ପାରମ୍ପରିକ ସଂଗୀତ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ। ଏହି କଯ୍ୟକ୍ରମଟି ବହୁ ଧୁମଧାମରେ ପାଳନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଭିନ୍ନ ପ୍ରକାରର ନାଚ ଗୀତ ପ୍ରଦର୍ଶନ କରି ମଞ୍ଚକୁ ଆକର୍ଷଣୀୟ କରିଥିଲେ। ଯାହା ସମସ୍ତ ଉପସ୍ଥିତ ଅତିଥି ମାନଙ୍କ ମନକୁ ଛୁଇଁ ପାରିଥିଲା। ପିଲାମାନେ କିପରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିପାରିବେ ଓ ଭଲ ମଣିଷଟିଏ ହୋଇପାରିବେ ସେ ବିଷୟରେ ମୁଖ୍ୟାଅତିଥି ପିଲାମାନଙ୍କୁ ଅନେକ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ନିଜ ଗୀତ ମାଧ୍ୟମରେ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଳୟ ବୁଲି ଦେଖିବା ପରେ ସେଠାରେ ହଷ୍ଟେଲରେ ପିଲା ମାନଙ୍କ ରହିବା ବ୍ୟବସ୍ଥା କରିବା ଓ ଖେଳ ପଡ଼ିଆର କିପରି ମରାମତି କରାଯିବ ତାହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ତାହା ସହ ମାଲକାନଗିରି ବିଧାୟକ ଏହି ବିଦ୍ୟାଳୟର ଶିକ୍ଷା ଓ ପିଲାମାନଙ୍କ ପ୍ରତିଭାକୁ ବେଶ ପ୍ରଶଂସା କରିଥିଲେ ଏବଂ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page