ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ନକ୍ସଲ ମୁକାବିଲାରେ ଏକ ବଡ଼ ସଫଳତା ମିଳିଛି। ପୁଲିସ ଦୁର୍ଦାନ୍ତ ନକ୍ସଲ ପ୍ରଭାକରଙ୍କ ସ୍ତ୍ରୀ ମାଳତୀ ଓରଫ ରାଜେଙ୍କୁ ଗିରଫ କରିଛି। ମାଳତୀ ଜଣେ DVCM ପାହ୍ୟାର ନକ୍ସଲ। ସେ ରାଓଘାଟ ଏରିଆ କମିଟିର ଦାୟିତ୍ୱରେ ସକ୍ରୀୟ ଥିଲେ। ତାଙ୍କ ମୁଣ୍ଡ ଉପରେ ରାଜ୍ୟ ସରକାରଙ୍କ ଦ୍ବାରା ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।ସୂଚନା ଅନୁଯାୟୀ, ପୁଲିସ କାଙ୍କେର ଜିଲ୍ଲାରୁ ମାଳତୀଙ୍କୁ ଗିରଫ କରିଛି।ତାଙ୍କୁ କୌଡୋସାଲେଭାଟ ଗାଁରୁ ଗିରଫ କରାଯାଇଛି। ସେ ଜଣେ ଗାଁ ଲୋକଙ୍କ ଘରେ ଲୁଚି ରହିଥିଲେ। ପୁଲିସ ସେହି ଗ୍ରାମବାସୀ ଶ୍ୟାମନାଥ ଉସେଣ୍ଡିଙ୍କୁ ମଧ୍ୟ ଗିରଫ କରିଛି।କାଙ୍କେର ପୁଲିସର ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ପୁଲିସ ପ୍ରତିବନ୍ଧିତ ସିପିଆଇ ମାଓ ସଂଗଠନର ଉତ୍ତର ବସ୍ତର ଡିଭିଜନ ଅଧୀନରେ ସକ୍ରିୟ ରାଓଘାଟ ଏରିଆ କମିଟିର ପ୍ରଭାରୀ ମାଳତୀ ଓରଫ ରାଜେ ଓରଫ ନିର୍ମଳା କାଙ୍ଗେଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ଲଗାତାର ମିଳୁଥିଲା। ପୁଲିସ ଦଳ ଗିରଫ ନକ୍ସଲ ମାଳତୀ ଓରଫ ରାଜେକୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।
ମାଲକାନଗିରିରେ ପାଳନ ହେଲା ଜାତୀୟ ମତଦାତା ଦିବସ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମାରେ ୧୫ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ୱାକାଥନ ଆୟୋଜନ କରାଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଅତିରିକ୍ତ ଜିଲ୍ଲା…