କିଟ୍ ଏବଂ କିସ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିକ୍ଷା ସମସ୍ତ ପାଇଁ ଉଦେଶ୍ୟରେ ମିନି ମାରାଥନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଏନକେ ଷ୍ଟାଡିୟମରୁ ମାଲ୍ୟାବନ୍ତ ହଷ୍ଟେଲ ପର୍ଯ୍ୟନ୍ତ କିସ କିଟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିକ୍ଷା ସମସ୍ତ ପାଇଁ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲ୍ଲୀ , ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଏବଂ , ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି ପତାକା ଦେଖାଇ ମାରାଥନର ଶୁଭ ଉଦଘାଟନ କରିଥିଲେ।ଏହା ପରେ ମାଲ୍ୟାବନ୍ତ ହଷ୍ଟେଲରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ସମ୍ମାନୀୟ ଅତିଥି ଭାବେ ରତ୍ନାକର ଦାସ,ଗୋପୀକୃଷ୍ଣ ପଟ୍ଟନାୟକ,ଦେବ ବ୍ରତ ସାନା ଏବଂ ଡ଼ଃ ସୁବ୍ରତ ଜେନା।କିସ କିଟ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ ପ୍ରୟାସକୁ ମଞ୍ଚାସୀନ ଅତିଥି ମାନେ ଭୂରୀ ଭୂରୀ ପ୍ରଶଂସା କରିଥିଲେ।ଏହି ମାରାଥନ ଆର୍ଟ ଅଫ ଗିଭିଂର ଏକ ପ୍ରୟାସ ଭଳି କରୁଣ କାର୍ଯ୍ୟ ମାଧ୍ୟମରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣି ବିଶ୍ବକୁ ଏକତ୍ରିତ କରିବା ପାଇଁ ଉତ୍ସ ଉତ୍ସର୍ଗିକୃତ ଆନ୍ଦୋଳନ।ଏହି ମିନି ମାରାଥନରେ ସ୍ଥାନୀୟ ବିଭିନ୍ନ କଲେଜ ଏବଂ ଅନୁଷ୍ଠାନରୁ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲା କିସ ସଂଯୋଜକ ରମ୍ୟ ରଞ୍ଜନ ପରିଡା ଏହି ଅନନ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହ ସଂଯୋଯୋଜ ଉତ୍ତମ ସାହା,ସୁଶାନ୍ତ ସାମଲ,ବିନାଶ ମିଶ୍ର,କଳିଙ୍ଗ ଟିଭି ପ୍ରତିନିଧି ପ୍ରସାଦ ନାୟକ,କିସ ଛାତ୍ରଛାତ୍ରୀ ଅଭିବାବକ ସଙ୍ଘ ସଭାପତି ସୁବାସ ହଲବା ପ୍ରମୁଖ ଉପସ୍ଥିତ ଥିଲେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page