ମାଲକାନଗିରିରେ ପାଳନ ହେଲା ଜାତୀୟ ମତଦାତା ଦିବସ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମାରେ ୧୫ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ୱାକାଥନ ଆୟୋଜନ କରାଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେହିପରି ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ତଥା ୧୪୬ ନିର୍ବାଚନ ମଣ୍ଡଳୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦୁର୍ଯ୍ୟଧନ ଭୋଇ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ଅଶୋକ ଚକ୍ରବର୍ତ୍ତୀ ,ଓ ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ଅଜୟ କୁମାର ମାଣ୍ଡାଙ୍ଗି ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପ୍ରଧାନ ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଆଗାମି ଦିନରେ ସମସ୍ତ ଭୋଟ ଦାତା ଭୋଟ ଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରେଷ୍ଠ ବୁଥ୍ ସ୍ତରିୟ ଅଧିକାରୀ, ଶ୍ରେଷ୍ଠ ଶିକ୍ଷଣ କ୍ଲବ୍, ଶ୍ରେଷ୍ଠ କ୍ୟାମ୍ପସ ଆମ୍ବାସଡ଼ାର୍, ଓ ୧୫ ତମ ଜାତୀୟ ମତଦାତା ଉପଲକ୍ଷେ ଆୟଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଏଥି ସହିତ ନୂତନ ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ଜାତୀୟ ମତଦାତା ଦିବସ ଶପଥ ପାଠ କରାଯାଇଥିଲା। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ସହ ସଂପୃକ୍ତ ସମସ୍ତ କର୍ମଚାରୀ କାର୍ଯ୍ୟାକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।

  • Related Posts

    ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ୨୦୨୫ ପାଳିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ସମଗ୍ର ଶିକ୍ଷା, ମାଲକାନଗିରି ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମ ଉଦ୍ ଘାଟନ ସମାରୋହରେ ଅତିଥି…

    କିଟ୍ ଏବଂ କିସ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିକ୍ଷା ସମସ୍ତ ପାଇଁ ଉଦେଶ୍ୟରେ ମିନି ମାରାଥନ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଏନକେ ଷ୍ଟାଡିୟମରୁ ମାଲ୍ୟାବନ୍ତ ହଷ୍ଟେଲ ପର୍ଯ୍ୟନ୍ତ କିସ କିଟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିକ୍ଷା ସମସ୍ତ ପାଇଁ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ…

    Leave a Reply

    Your email address will not be published. Required fields are marked *

    You cannot copy content of this page