ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସି ଜଣେ ଶିଶୁ କନ୍ୟା ଗୁରୁତର ଆହାତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅନ୍ତର୍ଗତ ତିମ୍ମାପୁର ଗାଁରେ ନକ୍ସଲମାନଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି(ଲ୍ୟାଣ୍ଡମାଇନ)ସଂସ୍ପର୍ଶରେ ଆସି ଜଣେ ଝିଅ ଗୁରୁତର ଆହତ ହୋଇଥିବା ସୂଚନା। ଏହି ଘଟଣାକୁ ଚିନ୍ତଲନାର ପୁଲିସ ସୁନିଶ୍ଚିତ କରିଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୧୨/୦୧/୨୦୨୫ ସନ୍ଧ୍ୟାରେ ନକ୍ସଲମାନଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ତିମ୍ମାପୁର ଗ୍ରାମର ସୋଡି ମଲେ(୧୦) ନାମ୍ନୀ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିବା ଜଣାପଡିଛି।ଝିଅଟିକୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ତେବେ ନକ୍ସଲମାନଙ୍କ ଦ୍ୱାରା ମନଇଚ୍ଛା ଆଡେ ସାଡେ ଖଞ୍ଜାଯାଇଥିବା ଆଇଇଡି ଯୋଗୁଁ ନିରୀହ ଗ୍ରାମବାସୀ ବାରମ୍ବାର ଆହତ ହେବାର ଅନେକ ଘଟଣା ନିରନ୍ତର ପ୍ରକାଶ ପାଇବାରେ ଲାଗିଛି।ଏହି ମାମଲାରେ ଚିନ୍ତାଲନାର ପୁଲିସ ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ କରାଯିବା ସହ ଚିନ୍ତଲନାର ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

  • Related Posts

    ମାଲକାନଗିରିରେ ପାଳନ ହେଲା ଜାତୀୟ ମତଦାତା ଦିବସ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମାରେ ୧୫ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ୱାକାଥନ ଆୟୋଜନ କରାଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଅତିରିକ୍ତ ଜିଲ୍ଲା…

    ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ୨୦୨୫ ପାଳିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ସମଗ୍ର ଶିକ୍ଷା, ମାଲକାନଗିରି ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମ ଉଦ୍ ଘାଟନ ସମାରୋହରେ ଅତିଥି…

    Leave a Reply

    Your email address will not be published. Required fields are marked *

    You cannot copy content of this page