ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ୨୦୨୫ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସମଗ୍ର ଶିକ୍ଷା, ମାଲକାନଗିରି ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମ ଉଦ୍ ଘାଟନ ସମାରୋହରେ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଶିବାନୀ ମୁଦୁଲି, ଗୌରାଙ୍ଗ ସାଜ୍ଜନ, ବରିଷ୍ଠ ଶିକ୍ଷକ ସନ୍ଦୀପ୍ତ ଦାସ, ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଟଲା ଏବଂ ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ମଞ୍ଚାସୀନ ରହିଥିଲେ । ଜିଲ୍ଲାର ୭ ଗୋଟି ବ୍ଲକରୁ ୬୦ ଜଣ ବାଳିକା ପ୍ରତିଯୋଗୀ ବକ୍ତତା, ରଚନା, କୁଇଜ୍ ଏବଂ ଝୋଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ଉଦ୍ ଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ବରେଣ୍ୟ ଅତିଥି ରୂପେ ଉପଖଣ୍ଡ ସାମାଜିକ ଅଧିକାରୀ ଶ୍ରୀମତୀ ସସ୍ମିତା ସ୍ୱାଇଁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖଇରପୁଟ ଶ୍ରୀମତୀ ଶିବାନୀ ମୁଦୁଲି, ଯୋଜନା ସଂଯୋଜିକା ସମଗ୍ର ଶିକ୍ଷା ଶ୍ରୀମତୀ ବିଜୟଲକ୍ଷ୍ମୀ ଚୌଧୁରୀ ଯୋଗ ଦେଇଥିବା ବେଳେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ମୁଖ୍ୟ ଅତିଥି ବାଳିକା ଶିକ୍ଷାର୍ଥୀଙ୍କୁ ନିଜ ମଧ୍ୟରେ ଆତ୍ମବିଶ୍ୱାସ ସହ ସଶକ୍ତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଶ୍ରୀ ଦେବରାଜ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର ଶିକ୍ଷା, ମାଲକାନଗିରିରୁ ଶ୍ରୀ ସୀତାରାମ ଗୌଡ, ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ, ଶିକ୍ଷକ ଶ୍ରୀ ସମୀରକାନ୍ତ ରଥ, ଶ୍ରୀ ରାମପ୍ରସାଦ ପାଢୀ, ଶ୍ରୀ ସୁକୁମାର ପଣ୍ଡା, ଶ୍ରୀ ନୂତନ ମଲ୍ଲିକ, ଶ୍ରୀମତୀ ମିତା ରାଉତ, ଶ୍ରୀ କାଳୁଚରଣ ମହାରଣା, ଶ୍ରୀମତୀ ମିତୁସ୍ମିତା ବେହେରା, ଶ୍ରୀ ସନାତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page