ବୃତ୍ତିଗତ ମାନ ଉନ୍ନତି ପାଇଁ ହାଇଦ୍ରାବାଦ ଗଲେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ପାଞ୍ଚ ଶିକ୍ଷକ ଶିକ୍ଷୟିତ୍ରୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରୁ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବୃତ୍ତିଗତ ମାନ ଉନ୍ନତି ତାଲିମ ପାଇଁ ହାଇଦ୍ରାବାଦ ଗଲେ।ଗତ ୨୦୨୩/୨୪ ଶିକ୍ଷା ବର୍ଷରେ ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ଚଳିତ ବର୍ଷ ତେଲେଙ୍ଗାନା ରାଜ୍ୟର ଡାଃ ମାରି ଚନ୍ନା ରେଡ଼ି ମାନବ ସମ୍ବଳ ବିକାଶ ପ୍ରତିଷ୍ଠାନ,ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁଥିବା ବୃତ୍ତିଗତ ମାନ ଉନ୍ନତି କର୍ମଶାଳାରେ ଯୋଗ ଦେବା ନିମନ୍ତେ ପହଞ୍ଚିଛନ୍ତି।୨୦୨୩/୨୪ ଶିକ୍ଷା ବର୍ଷରେ ବିଦ୍ୟାଳୟର ଭିତ୍ତିଭୂମି , ଶୈକ୍ଷିକ ମାନଦଣ୍ଡ , ଗୋଷ୍ଠୀ ସହଯୋଗୀତା ଆଧାରରେ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମାହାଳୀ , କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା , ଏମଭି-୩୧ ପିୟୁପିଏସ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ଵର ପଣ୍ଡା , ପୁରୁଣା ଚିମିଟାପାଲି ପିୟୁପିଏସ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟୁଟୁ ପଡିଆମି , କମାଲିଗୁଡା ପିଏସ ବିଦ୍ୟାଳୟ ସାନୁ ମାଢ଼ି ପ୍ରମୁଖ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ଏହି ପାଞ୍ଚଟି ବିଦ୍ୟାଳୟ ଯୋଗ୍ୟ ବିବେଚିତ ହୋଇଥିଲେ ଏବଂ ପ୍ରତ୍ୟେକ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ୧୦ ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ କିପରି ଆହୁରି ଅଧିକ ଭିତ୍ତିଭୂମି , ଗୋଷ୍ଠୀ ସହଯୋଗୀତା ଏବଂ ଶିକ୍ଷାର ମାନଦଣ୍ଡରେ ବୃଦ୍ଧି ହୋଇ ପାରିବ ସେନେଇ ତାଲିମ ପାଇଁ ଯାଇଛନ୍ତି ଏହି ପାଞ୍ଚ ଶିକ୍ଷକ ଶିକ୍ଷୟିତ୍ରୀ।

  • Related Posts

    ଜାତୀୟ ଗ୍ରାମୀଣ ପ୍ରତିଭା ଛାତ୍ରବୃତ୍ତିରେ ସୂର୍ୟାସ୍ନାତା ଜିଲ୍ଲା ଟପ୍ପର।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ଜାତୀୟ ଗ୍ରାମୀଣ ପ୍ରତିଭା ଛାତ୍ରବୃତ୍ତି ୨୦୨୪ ପରୀକ୍ଷାରେ ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ସୂର୍ୟାସ୍ନାତା ଖଣ୍ଡୁଆଳ ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, କଟକ ପକ୍ଷରୁ…

    ଶିଶୁ ଅପପୁଷ୍ଟି ଏବଂ ମୌଳିକ ସୁବିଧାରୁ ବଞ୍ଚିତ ଉସକାପାଲ୍ଲୀ ଗ୍ରାମବାସୀ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ବିକାଶ ଭଳି ପରିପୁରକ ଶବ୍ଦ କ’ଣ କେହି ଜାଣିନାହିଁନ୍ତି।ସେମାନେ ବୁଝନ୍ତି କେବଳ ସମସ୍ୟାର ଭାଷା।ଅଞ୍ଚଳରେ ବିକାଶକୁ ନେଇ ଗ୍ରାମବାସୀ ବହୁବାର ପ୍ରଶାସନ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଆଗରେ ଦ୍ୱାରସ୍ତ ହୋଇ ନେହୁରା ହୋଇଛନ୍ତି ହେଲେ ବି…

    Leave a Reply

    Your email address will not be published. Required fields are marked *

    You cannot copy content of this page