ପଦ୍ମଗିରି ବିଦ୍ୟାଳୟ ଅବ୍ୟବସ୍ଥା ନେଇ ବିଧାୟକ ଖପ୍ପା ଘଟଣା ; ତଦନ୍ତ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟକୁ ଗତକାଲି ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କରି ନାନା ପ୍ରକାରର ଅବ୍ୟବସ୍ଥା ଦେଖି ପ୍ରଧାନ ଶିକ୍ଷକଙ୍କ ଉପରେ ଖପ୍ପା ହେବା ସହ ସ୍ଥିତିରେ ଯଥା ଶୀଘ୍ର ସୁଧାର ନଆଣିଲେ ଦୃଢ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ତେବେ ଏହାପରେ ଆଜି ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କ ନେତୃତ୍ଵରେ ଏକ ଟିମ ସେଠାରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ଗତକାଲି ଉପସ୍ଥାନ ଖାତା ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ମେଳ ଖାଉନଥିବା ବେଳେ ଛାତ୍ରାବାସ ର କୌଣସି ଶୌଚାଳୟ ସଫା ହେଉନଥିବା ଓ ଅପ୍ରୀତିକର ପରିବେଶରେ ଛାତ୍ରଛାତ୍ରୀ ମାନେ ରହୁଥିବା ବିଧାୟକ ଓ ଅଧିକାରୀ ମାନେ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏହି ବିଷୟକୁ ନେଇ ଆଜି ସମୀକ୍ଷା କରଯାଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ଭୋଜନ ପାଇଁ ଥିବା ଚାଉଳରେ ବ୍ୟାପକ ପରିମାଣର ଅନିୟମିତତା ହେଉଥିବା ବେଳେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ଵ ବସ୍ତାର ଚାଉଳ ଗାୟବ ହୋଇଥିବା ଏବଂ ଗୋଦାମରେ ସଂଗୃହିତ ଚାଉଳ ଓ ରେକର୍ଡ ତାଳମେଳ ଖାଉନଥିବା ବିଷୟକୁ ନେଇ ମଧ୍ୟ ଆଜି ଅଧିକାରୀ ମାନେ ଯାଞ୍ଚ କରିଥିଲେ। ତେବେ ଏନେଇ ଆମେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଆଚାରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, ସମସ୍ତ ବିଷୟରେ ତଦନ୍ତ କରାଯାଇଛି। ବିଦ୍ୟାଳୟରେ ଚାଉଳର କୌଣସି ହେରଫେର ହୋଇ ନାହି, ଅନ୍ୟ ବିଷୟ ଗୁଡିକୁ ନେଇ ଆମେ ଏକ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିବୁ ବୋଲି ଶ୍ରୀ ଆଚାରୀ ପ୍ରକାଶ କରିଛନ୍ତି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page