୪ ବର୍ଷର ନକ୍ସଲ ସଦସ୍ୟା ନନ୍ଦିନୀ ; ନକ୍ସଲ ସଂଗଠନ ହାତ ଛାଡି କଲେ ଆତ୍ମସମର୍ପଣ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସରକାରଙ୍କ ନକ୍ସଲ ବିଲୋପ ନୀତି ଏବଂ “ନିୟାଦ ନେଲା ନାର” ଯୋଜନା ଦ୍ୱାରା ପ୍ରଭାବିତ ହୋଇ ମାଓବାଦୀଙ୍କ ଫମ୍ପା ଚିନ୍ତାଧାରାରେ ଅତିଷ୍ଠ ତଥା ବିଭିନ୍ନ ପ୍ରକାରର ଶୋଷଣରେ ଅସନ୍ତୁଷ୍ଟ ହୋଇ ୦୧ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି।ସୁରକ୍ଷାବାହିନୀର ନିରନ୍ତର ସର୍ଚ୍ଚ ଅପରେସନ , କୁମ୍ବିଂ ଅପରେସନ ଏବଂ କାର୍ଯ୍ୟାନୁଷ୍ଠାନ ହେତୁ ମାଓବାଦୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଶେଷରେ ମୃତ୍ୟୁକୁ ଆପଣେଇବା ଅପେକ୍ଷା ନକ୍ସଲମାନେ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସୁସ୍ଥ ସମାଜ ଗଠନ ପାଇଁ କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି।

ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ ଗତ ୦୪ ବର୍ଷ ଧରି ମାଓବାଦୀ ସଂଗଠନରେ ସକ୍ରୀୟ ଭାବେ ଜଡିତ ଥିଲେ। ସୋନୁପର, ଛୋଟେବେଠିଆ, କୋଇଲିବେଡା ଥାନା ଅଞ୍ଚଳରେ ବିଭିନ୍ନ ନକ୍ସଲ ହିଂସାକାଣ୍ଡ ଏବଂ କାର୍ଯ୍ୟକଳାପରେ ସାମିଲ ଥିଲେ।ନାରାୟଣପୁର ପୁଲିସର ଉଦ୍ୟମ ଏବଂ ସରକାରଙ୍କ ନୀତି ଦ୍ୱାରା ପ୍ରଭାବିତ ହୋଇ ପ୍ରତିବନ୍ଧିତ ମାଓବାଦୀ ସଂଗଠନର ପରତାପୁର ଏରିଆ କମିଟି ଅନ୍ତର୍ଗତ ମେଢକି ଏଲଓଏସ ପାର୍ଟି ସଦସ୍ୟା କୁ. ଆୟେତା ନୁରେଟି ଓରଫ ନନ୍ଦିନୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର କାଙ୍କେର ଜିଲ୍ଲାର ଛୋଟେବାଠିଆ ଅନ୍ତର୍ଗତ ବିନାଗୁଣ୍ଡା ବୋଲି ଜଣାପଡିଛି।ସେ ଗତ ୧୮ ତାରିଖ ଦିନ ନାରାୟଣପୁର ଜିଲ୍ଲା ପୁଲିସ ଅଧୀକ୍ଷକ ପ୍ରଭାତ କୁମାର ଏବଂ ଉପ ପୁଲିସ ଅଧୀକ୍ଷକ ବିନୟ କୁମାର, ସୁଶ୍ରୀ ଅମୃତା ପେକର ସମ୍ମୁଖରେ ବିନା ଅସ୍ତ୍ରଶସ୍ତ୍ରରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତ ମହିଳା ନକ୍ସଲଙ୍କୁ ଛତିଶଗଡ ସରକାରଙ୍କ ପକ୍ଷରୁ ନକ୍ସଲ ଥଇଥାନ ନୀତି ଅନୁଯାୟୀ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page