
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ୍ ପଞ୍ଚାୟତ ଏମପିଭି-୮୩ ଗ୍ରାମରେ ଦୀର୍ଘ ଦିନ ଧରି ଲାଗିରହିଛି ଏକ ବଡ଼ ଧରଣର ଜମି ବିବାଦ।ଗ୍ରାମବାସୀ ରବିନ ମଣ୍ଡଳ ଓ ମଙ୍ଗଳ ହୀରାଙ୍କ ମଧ୍ୟରେ ଜମି ବିବାଦ ଥମିବାର ନାଁ ଧରୁନାହିଁ। ଦୀର୍ଘ ଚାରି ପାଞ୍ଚ ବର୍ଷ ହେବ ଉକ୍ତ ଗ୍ରାମର ଅମଳ ହୀରାଙ୍କ ଠାରୁ ତିନି ଡିଶିମିଲ୍ ଜାଗା କିଣିଥିଲେ କିନ୍ତୁ ମଙ୍ଗଳ ହୀରା ଧୀରେ ଧୀରେ ରବିନ୍ ମଣ୍ଡଳଙ୍କ ଜାଗାକୁ ଅଧିକାର କରିଚାଲିଛି।ଯାହା ଫଳରେ କି ଏହି ବିଷୟକୁ ନେଇ ମାଲି ମକଦ୍ଦମା ଏବଂ କୋର୍ଟର ବି ଦ୍ୱାରସ୍ତ ହୋଇଛନ୍ତି।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଚାଲି ଆସୁଥିଲା। ଆଜି ମାଲାଭରମ୍ ରାଜସ୍ଵ ନିରୀକ୍ଷକ , କାଲିମେଳା ସୁପରଭାଇଜର୍ ଏବଂ ଉଭୟ ପକ୍ଷଙ୍କ ଓକିଲ୍ ସମେତ ପୁଲିସର ଉପସ୍ଥିତରେ ଉକ୍ତ ଜାଗାକୁ ମାପଚୁପ କରିଥିଲେ। ଏହି ସମୟରେ ଗ୍ରାମବାସୀ , ବିଭିନ୍ନ ସମାଜସେବୀ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଏହି ଜମିଜମା ବିବାଦ ସମାଧାନ ହୋଇନଥିବା ବେଳେ ଆଗାମୀ ଦିନରେ ମାନ୍ୟବର କୋର୍ଟଙ୍କ ରାୟ ଆସିଲା ପରେ ସମାଧାନ ହୋଇପାରିବ ବୋଲି ଉଭୟ ପକ୍ଷ ରାଜି ହୋଇଛନ୍ତି ।