ବାଲିମେଳା ନିକଟସ୍ଥ ଚିତାପାରି-୪ ଗାଁରେ ବୁଲୁଛି କୁମ୍ଭୀର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଳା ବାଲିମେଳା ନିକଟସ୍ଥ ଚିତାପାରି-୪ ଗାଁରେ କୁମ୍ଭୀର ଆତଙ୍କ। ଗତ କିଛି ଦିନ ହେବ ସ୍ଥାନୀୟ ଚିତାପାରି-୪ ଗାଁ ଅଞ୍ଚଳରେ ଥିବା ଏକ ପୋଖରୀରେ କୁମ୍ଭୀର ବୁଲୁଥିବା ଦେଖିବା ପରେ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି। କୁମ୍ଭୀର ଥିବା କେବଳ ଏକ ଗୁଜବ ନା ବାସ୍ତବିକ ତାହା ସନ୍ଦେହ ଘେରରେ ରହିଛି। କିଛି ଗ୍ରାମବାସୀ କୁମ୍ଭୀର ଥିବା କହୁଥିବା ବେଳେ ଆଉ କିଛି ଗ୍ରାମବାସୀ ଜାଣି ନଥିବା କହୁଛନ୍ତି।ଏମିତିରେ ଭୟଭୀତ କେତେକ ଗ୍ରାମବାସୀ ଏ ସମ୍ପର୍କରେ ତୁରନ୍ତ ବାଲିମେଳା ବନ ବିଭାଗକୁ ଜଣାଇଥିଲେ। ତେବେ ଖବର ପାଇବା ପରେ ବାଲିମେଳା ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି କୁମ୍ଭୀରକୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ଶେଷରେ କୁମ୍ଭୀର ନ ମିଳିବାରୁ ସେଠାରେ ସତର୍କ ସୂଚନାଫଳକ ଲଗାଇଥିଲେ। ଏହାକୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା କୁମ୍ଭୀର ଠାବ ହୋଇପାରି ନାହି। ଯାହା ଦ୍ୱାରା ଚିତାପାରି-୪ ଗ୍ରାମ ସହ ପାଖ ଟୁନିବେଡା ଗ୍ରାମବାସୀ ମଧ୍ୟ ଭୟଭୀତ ଅଛନ୍ତି। ଖୁବ ଶୀଘ୍ର କୁମ୍ଭୀରକୁ ଠାବ କରି ଜନବସତି ଠାରୁ ଅନ୍ୟତ୍ର କୌଣସି ସୁରକ୍ଷିତ ସ୍ଥାନରେ ଛାଡ଼ିବା ନିମନ୍ତେ ଗ୍ରାମବାସୀ ମାନେ ବାଲିମେଳା ବନ ବିଭାଗ ନିକଟରେ ଦାବି କରିଛନ୍ତି।ଏନେଇ ବାଲିମେଳା ବନାଞ୍ଚଳ ଅଧିକାରୀ ଲିସମିତା କହଁରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ କହିବାନୁଯାୟୀ ଆମେ ଦୀର୍ଘ ସମୟ ଧରି କୁମ୍ଭୀରକୁ ଖୋଜାଖୋଜି କରିଥିଲୁ। ହେଲେ କୁମ୍ଭୀର ମିଳିନଥିଲା। ଯେହେତୁ ସେଠାରେ ୪ଟି ପୋଖରୀ ରହିଛି। ଯାହା କୁମ୍ଭୀର କେଉଁ ପୋଖରୀରେ ଅଛି କହିବା କଷ୍ଟକର। ପୋଖରୀର ପାଣି ଶୁଖାଇଲେ କୁମ୍ଭୀରକୁ ଧରିହେବ କିନ୍ତୁ ପାଣି ଶୁଖାଇଲେ ପୋଖରୀର ମାଛ ସବୁ ମରିଯିବେ ବୋଲି ରାଜି ହୋଇ ନଥିଲେ ଗ୍ରାମବାସୀ। କୁମ୍ଭୀର ଅଛି କି ନାହିଁ ସଠିକ ସୂଚନା ମିଳିଲେ ଆମେ ତାକୁ ଧରି ସୁରକ୍ଷିତ ସ୍ଥାନରେ ଛାଡିଦେବୁ ବୋଲି କହିଥିଲେ।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page

    WhatsApp us