ଜାତୀୟ ସ୍ତରରେ ଖେଳିବାକୁ ଲକ୍ଷ୍ନୌ ଗଲେ ବାଲିମେଳା ବିଦ୍ୟାଳୟ ଛାତ୍ର ମସେ ଖରା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମସେ ଖରା ଓଡ଼ିଶା ରାଜ୍ୟ ତରଫରୁ ଜାତୀୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି।ଚଳିତ ବର୍ଷ କେଉଁଝର ଠାରେ ଅନୁଷ୍ଠିତ ହେଇଥିବା ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଜିଲ୍ଲା ପକ୍ଷରୁ ଅଂଶ ଗ୍ରହଣ କରି ସଟଫୁଟ ଫିଙ୍ଗାରେ ସ୍ୱର୍ଣ୍ଣ ଏବଂ ଡିସକସ ଫିଙ୍ଗାରେ କାଂସ୍ୟ ପଦକ ପାଇ ଲଗାତାର ତୃତୀୟ ଥର ପାଇଁ ମାଲକାନଗିରି ଜିଲ୍ଲାକୁ ଗୌରାବାନ୍ବିତ କରିଥିଲେ।ବର୍ତ୍ତମାନ ଓଡ଼ିଶା ରାଜ୍ୟ ନିମନ୍ତେ ଜାତୀୟ ବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବାକୁ ଗତ କାଲି ଲକ୍ଷ୍ନୌ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ସହିତ ବାଲିମେଳା ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ଭାଗିରଥି ସାହୁ ମଧ୍ୟ ଯାଇଛନ୍ତି।ପ୍ରଥମେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ପ୍ରଶିକ୍ଷଣ ଶିବିରରେ ଭାଗ ନେବା ସହିତ ବିଭିନ୍ନ ଔପଚାରିକତା ପରେ ସୁଦୂର ଉତ୍ତର ପ୍ରଦେଶ ରାଜ୍ୟର ଲକ୍ଷ୍ନୌକୁ ଯାତ୍ରା କରିବାର ବ୍ୟବସ୍ଥା ରହିଛି। ଲକ୍ଷ୍ନୌ ସ୍ଥିତ ଗୁରୁ ଗୋବିନ୍ଦ ସିଂ ଷ୍ଟାଡିଅମ ଠାରେ ଜାତୀୟ ବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହେଉଅଛି। ଚଳିତ ମାସ ୨୬ ତାରିଖରେ ଉପାନ୍ତ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ମସେ ଖରା ଉକ୍ତ ଜାତୀୟ ବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ,ଜିଲ୍ଲା ବିଜ୍ଞାନ ସୁପ୍ରଭାଇଜର ସରୋଜ କୁମାର ରାଉତ, ଏମଭି ୨୭ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ, ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶିଳା କୁମାରୀ ହିଆଲ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଥି ଛାତ୍ରଛାତ୍ରୀ ମାନେ ମସେ ଖରାଙ୍କୁ ସଫଳତା ପାଇଁ ଉତ୍ସାହିତ କରିବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page