
ମାଲକାନଗିରି(କ୍ରୋନିକ ଓଡ଼ିଶା)ପୋଟେରୁ ନଦୀରେ ଏକ ବସ୍ତା ବସ୍ତାରେ ବନ୍ଧା ହୋଇ ଭିତରେ ଭାସୁଥିବା ଶବ ଦେଖିବାକୁ ମିଳିଛି। କାଲିମେଳା ଥାନା ଏମଭି-୫୭ ଗାଁ ନିକଟସ୍ଥ ପୋଟେରୁ ନଦୀରେ ଅଖାବସ୍ତା ଭାସୁଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଆଜି ସନ୍ଧ୍ୟାରେ କାଲିମେଳା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ତାକୁ ଜବତ କରିଥିଲେ | ଅଖା ଭିତରେ ମୁଣ୍ଡ କଟା ଶବ ଥିବା ପୁଲିସ ଦେଖିଥିଲା। ଉକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟାକରି ଅଖା ଭିତରେ ଶବ ରଖି ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ଭସାଇ ଦେଇଥିବା କୁହାଯାଉଛି l କାଲିମେଳା ପୋଲସ ଏହାର ଅଧିକ ତଦନ୍ତ କରିବା ପାଇଁ ଶବ ଟିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଇଥିବା ଜଣାପଡିଛିl ଏଭିଳି ଦୃଶ୍ୟ ଦେଖି ଗ୍ରାମବାସୀ ମାନେ ପୁରା ଭୟଭିତ ଅଛନ୍ତି। ପୁଲିସ ଘଟଣାର ଖୋଳତାଡ଼ କରିବାରୁ ମୃତକଙ୍କ ଘର ବାଲିମେଳା ନିକଟସ୍ଥ ସୋଲୁରକୋଣ୍ଡା ଗାଁ ବୋଲି ଜଣାପଡିଛି। ମୃତକଙ୍କ ପରିବାର ଲୋକ ଶବର ଚିହ୍ନଟ କରିଛନ୍ତି। ଘଟଣାର ଅଧିକ ତଦନ୍ତ କରୁଛି କାଲିମେଳା ପୁଲିସ।