କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ଧୂମଧାମ ରେ ଶିଶୁ ଦିବସ ପାଳନ ହୋଇଯାଇଛି lକେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁ ଙ୍କ ପ୍ରତିଛବି କୁ ପୁଷ୍ପ ଗୁଚ୍ଛ ଅର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ତଥା ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଜ୍ଞାନ ମୁଖ୍ୟ ଡ଼ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ, ସ୍ଥାନୀୟ ଏସବିଆଇ ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ଶ୍ରୀ ହରିଶଙ୍କର ହିଆଲ ମୁଖ୍ୟ ବକ୍ତା ରୁପେ ଏବଂ ଡେପୁଟି ବ୍ରାଞ୍ଚ ମ୍ୟାନେଜର ଶ୍ରୀ ଅଜିତ କୁମାର ଆଚାର୍ଯ୍ୟ, ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଦିଲୀପ ସୋମlନି ସମ୍ମାନନୀୟ ଅତିଥି ରୁପେ ଯୋଗ ଦେଇଥିଲେ l ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା l ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯଥା ନୃତ୍ୟ ପ୍ରତିଯୋଗିତା, ବତ୍କୃତl ପ୍ରତିଯୋଗିତା, ଗାୟନ ପ୍ରତିଯୋଗିତା, ଶିକ୍ଷା ପାଇଁ ବ୍ୟବହୃତ ସାମଗ୍ରୀ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା l ପିଲାମାନଙ୍କ ଦ୍ୱାରା ଆୟୋଜିତ “ଫୂଡ଼ କୋର୍ଟ” ସମସ୍ତଙ୍କୁ ବିଶେଷ ଆକର୍ଷଣ କରିଥିଲା l ଛାତ୍ରଛାତ୍ରୀ ମାନେ ନିଜେ ହାତ ତିଆରି ବ୍ୟଞ୍ଜନ ସାମଗ୍ରୀର ପସରା ଏହି ଫୂଡ଼ କୋର୍ଟ ରେ ପ୍ରଦର୍ଶନ କରିଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ମାନେ ଏହି ସୁସ୍ୱାଦୁ ବ୍ୟଞ୍ଜନ ର ଆନନ୍ଦ ନେଇଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ l ଅଧ୍ୟାପକ ଶ୍ରୀ ଅମିତ ଦାସ କାର୍ଯ୍ୟକ୍ରମ ଶେଷ ରେ ସମସ୍ତଙ୍କ ଧନ୍ୟବାଦ ଜଣାଇଥିଲେ l

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page