ପେଶାଦାର ଓକିଲମାନେ ସାମ୍ବାଦିକ ହୋଇପାରିବେ ନାହିଁ ; ସୁପ୍ରିମକୋର୍ଟ

କଟକ(କ୍ରୋନିକ ଓଡ଼ିଶା)ପେଶାଦାର ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଏହାସହ ଏନେଇ ଜବାବ ରଖିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି। ମହମ୍ମଦ କାମରାନ୍ ବନାମ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ମାମଲାର ଶୁଣାଣି କରି ଓକିଲ ବୃତ୍ତିରେ ଥାଇ ସାମ୍ବାଦିକତା କରୁଥିବା ଆଇନଜୀବୀଙ୍କୁ ବିଚାରପତି ଅଭୟ ଏସ୍ ଓକା ଓ ଅଗଷ୍ଟାଇନ୍ ଜର୍ଜ୍ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କଠୋର ଭାଷାରେ ତାଗିଦ୍ କରିଛନ୍ତି।

ଏହି ମାମଲାରେ ଆବେଦନକାରୀ ନିଜକୁ ଓକିଲ ଓ ସାମ୍ବାଦିକ ବୋଲି ଦର୍ଶାଇଥିବା ଜଣାପଡିଥିଲା। ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀଙ୍କ ଓକିଲ ବିନୋଦ କୁମାର ତିୱାରୀଙ୍କୁ ବିଚାରପତି ଓକା ତାଗିଦ୍ କରି କହିଛନ୍ତି ଯେ ସେ ଓକିଲ ହେବେ ନଚେତ୍ ସାମ୍ବାଦିକ। ଆମେ ଏଭଳି ଦ୍ବୈତ ଭୂମିକାକୁ ଗ୍ରହଣ କରିବୁ ନାହିଁ। ଓକିଲାତି ଏକ ସମ୍ମାନଜନକ ବୃତ୍ତି। ସେ କଦାପି ନିଜକୁ ଜଣେ ମୁକ୍ତବୃତ୍ତି ସାମ୍ବାଦିକ ବୋଲି କହିପାରିବେ ନାହିଁ। ଆବେଦନକାରୀଙ୍କୁ ମଧ୍ୟ ଭର୍ତ୍ସନା କରି ବିଚାରପତି ଓକା କହିଛନ୍ତି, ମୁଁ ତୁମର ବୃତ୍ତିଗତ ଅସଦାଚରଣକୁ ଜାଣିପାରୁନାହିଁ। ତୁମେ ନିଜକୁ ଆଇନଜୀବୀ କହୁଛ ଓ ସାମ୍ବାଦିକ ମଧ୍ୟ। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ନିୟମରେ ଏଭଳି ଦ୍ବୈତ ବୃତ୍ତିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ଉଲ୍ଲେଖ ରହିଛି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page